ନୈତିକତା ଦୃଷ୍ଟିରୁ ଠିକ୍‌ ହୋଇ ନ ଥାଆନ୍ତା: ଅଂଶଧନ ବିକ୍ରି ପ୍ରତ୍ୟାହାର ପ୍ରସଙ୍ଗରେ କହିଲେ ଗୌତମ ଅଦାନୀ

Advertisment
ନୈତିକତା ଦୃଷ୍ଟିରୁ ଠିକ୍‌ ହୋଇ ନ ଥାଆନ୍ତା: ଅଂଶଧନ ବିକ୍ରି ପ୍ରତ୍ୟାହାର ପ୍ରସଙ୍ଗରେ କହିଲେ ଗୌତମ ଅଦାନୀ

Image Courtesy of NDTV

ନୂଆଦିଲ୍ଲୀ: ‘ଫଲୋ-ଅନ୍‌ ପବ୍ଲିକ୍‌ ଅଫର୍‌’ (ଏଫ୍‌ପିଓ) ବା ଅଂଶଧନ ବିକ୍ରିୟ କରିବା ନୈତିକତା ଦୃଷ୍ଟିରୁ ଠିକ୍‌ ହୋଇ ନ ଥାଆନ୍ତା ଚିନ୍ତା କରି ଅଂଶଧନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା କଥା ଆଜି କୋଟିପତି ଗ‌ୌତମ ଅଦାନୀ କହିଛନ୍ତି।

ବୁଧବାର ଦିନ ‘ଅଦାନୀ ବୋର୍ଡ’ ସେୟାର୍‌ ବା ଅଂଶଧନ ବିକ୍ରି ପ୍ରତ୍ୟାହାର କରିବ ବୋଲି କହିବା ପରେ ଆଜି ଗୌତମ ଅଦାନୀ ଭିଡିଓ ମାଧ୍ୟମରେ ଉପରୋକ୍ତ ବିବୃତି ଦେଇଛନ୍ତି।

ସେ କହିଛନ୍ତି, ଗତକାଲିର ନିମ୍ନଗାମୀ ତଥା ଅସ୍ଥିର ସେୟାର୍‌ ବଜାର ଦେଖି ଆମ ବୋର୍ଡର ହୃଦ୍‌ବୋଧ ହେଲା ଯେ, ଏହି ସବୁ ‘ଏଫ୍‌ପିଓ’ ଆଉ ବିକ୍ରୟ କରିବା ନୈତିକତା ଦୃଷ୍ଟିରୁ ଠିକ୍‌ ନୁହେଁ।

publive-image Image Courtesy of India Today

ନିବେଶକଙ୍କ ସ୍ବାର୍ଥ ମୁଖ୍ୟ ଓ ବାକି ସବୁ କଥା ଗୌଣ ବୋଲି ମୁଁ ବିଚାର କରେ। ତେଣୁ, ସମ୍ଭାବ୍ୟ ଆର୍ଥିକ କ୍ଷତିରୁ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆମେ ‘ଏଫ୍‌ପିଓ’ ପ୍ରତ୍ୟାହାର କରିନେଇଛୁ। ଏ ନିଷ୍ପତ୍ତି ଆମର ସାମ୍ପ୍ରତିକ ବ୍ୟାବସାୟିକ ଅଭିଯାନକୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ‘ଏଫ୍‌ପିଓ’ ଇକ୍ୟୁଟି ସେୟାର୍‌ ପ୍ରତ୍ୟାହାର କରିନେବାକୁ ବୁଧବାର ଦିନ ଅଦାନୀ ଗ୍ରୁପ୍‌ ବୈଠକ ଡକାଇ ନିଷ୍ପତ୍ତି ଗ୍ରହଣ କରିଥିଲା।

ସୂଚନାଯୋଗ୍ୟ, ଷ୍ଟକ୍‌ ଜାଲିଆତି, ସ୍ବଳ୍ପ ପରିମାଣର ଟିକସ ପଡୁଥିବା କ୍ଷେତ୍ରର ଅବବ୍ୟବହାର ଏବଂ ମନି ଲଣ୍ଡରିଙ୍ଗ୍‌ ଆଦି ଅଭିଯୋଗ କରି ଆମେରିକୀୟ ‘ସର୍ଟ-ସେଲର୍‌ ଫାର୍ମ’ ‘ହିଣ୍ଡେନ୍‌ବର୍ଗ’ ଅଭିଯୋଗ କରି ରିପୋର୍ଟ କରିବା ପରେ ଅଦାନୀ ଗ୍ରୁପ୍‌ର ସେୟାର୍‌ ହ୍ରାସ ପାଇଥିଲା। ଅଦାନୀ ଗ୍ରୁପ୍‌ ଋଣଭାରରେ ପୋତି ହୋଇପଡ଼ିଥିବା ମଧ୍ୟ ‘ହିଣ୍ଡେନ୍‌ବର୍ଗ’ ଆଶଙ୍କା ପ୍ରକାଶ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe