୨୦ରୁ ଅଧିକ ଥର ବିଫଳ ହେବା ପରେ ସଫଳ ହେଲେ ‘ହାପିଲୋ’ର ପ୍ରତିଷ୍ଠାତା ବିକାଶ ଡି ନାହର

Advertisment
୨୦ରୁ ଅଧିକ ଥର ବିଫଳ ହେବା ପରେ ସଫଳ ହେଲେ ‘ହାପିଲୋ’ର ପ୍ରତିଷ୍ଠାତା ବିକାଶ ଡି ନାହର

TV9 Bharatvarsh

ବେଙ୍ଗାଲୁର: ବିଫଳତା ସଫଳତାର ବାଟ ଦେଖାଇଥାଏ। ଅଧିକାଂଶ ଲୋକ ଭାବୁଛନ୍ତି ଯେ ଏହା ସବୁ ବହିରେ ଲେଖା କଥା । କିନ୍ତୁ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଏହି କଥାକୁ ସତରେ ବଦଳାଇପାରିଛନ୍ତି । ବ୍ୟବସାୟ, ପରୀକ୍ଷାଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ଲଢ଼େଇରେ ବାରମ୍ବାର ବିଫଳ ହେବା ପରେ ବି ହାର ମାନିନାହାଁନ୍ତି । ବରଂ ବାରମ୍ବାର ଚେଷ୍ଟା ଫଳରେ ସଫଳତା ପାଇଛନ୍ତି। ସେହି ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିକାଶ ଡି ନାହର ।

ଥରେ ଦିଥର ନୁହେଁ ୨୦ରୁ ଅଧିକ ଥର ବିଫଳ ହେବା ପରେ ବି ଆଜକୁ ବଢିବାର ଯୋଶ୍ ଆଜି ବିକାଶଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ଉଭା କରିପାରିଛି । ଏହି ସଫଳ ବ୍ୟବସାୟୀ ନିଜ କମ୍ପାନୀ ‘ହ୍ୟାପିଲୋ’କୁ ସଫଳତାର ସହ ଲଞ୍ଚ କରିବା ପୂର୍ବରୁ ୨୦ ଥର ବିଫଳ ହୋଇଥିଲେ । କିନ୍ତୁ ଏତେ ଥର ପରାଜୟ ଦେଖିବା ପରେ ମଧ୍ୟ ବିକାଶ ଜିତିବାର ଜିଦ୍ ଛାଡ଼ି ନଥିଲେ। ଫଳରେ ଏବେ ତାଙ୍କ ପାଖରେ ୫୦୦ କୋଟି ଟଙ୍କାର ଏକ ବଡ଼ କମ୍ପାନି ରହିଛି। ବିକାଶ ଡି ନାହରଙ୍କ କମ୍ପାନୀ ‘ହାପିଲୋ’ , ଡ୍ରାଏ ଫ୍ରୁଟ୍ସ ପ୍ରଡକ୍ଟର ଏକ ଅଗ୍ରଣୀ ବ୍ରାଣ୍ଡ ।

ବିକାଶ ନାହର ଗତବର୍ଷ ଲୋକପ୍ରିୟ ରିଆଲିଟି ଟିଭି ସୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ରେ ଅତିଥି ବିଚାରକ ଭାବେ ନଜର ଆସିଥିଲେ। କର୍ଣ୍ଣାଟକର ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ବିକାଶଙ୍କ ପରିବାର କଫି ଓ ଗୋଲମରିଚ ଚାଷ କରୁକରୁ ବ୍ୟବସାୟଆଡକୁ ମୁହାଁଇଲେ । ୨୦୦୫ରେ ବିକାଶ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଜୈନ ଗ୍ରୁପରେ ସିନିୟର ଇମ୍ପୋର୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ କିଛି ସମୟ କାମ କରିବା ପରେ ନାହର ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଏମବିଏ କରିବା ପାଇଁ ଇସ୍ତଫା ଦେଇଥିଲେ।

ବିକାଶ ନାହର ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରୁ ଏମବିଏ କରିଛନ୍ତି। ପାଠପଢ଼ା ସରିବା ପରେ ସେ କିଛି ବର୍ଷ ପାରିବାରିକ ବ୍ୟବସାୟ କରିଥିଲେ। ଏହାପରେ ସେ ୨୦୧୬ରେ ‘ହ୍ୟାପିଲୋ’ ନାମରେ ଏକ କମ୍ପାନୀ ଲଞ୍ଚ କରିଥିଲେ। କମ୍ପାନିର ପ୍ରଥମ ପ୍ରଡକ୍ଟ ‘ଟ୍ରେଲ୍ ମିକ୍ସ’ ତୁରନ୍ତ ହିଟ୍ ହୋଇଥିଲା। ତେବେ ହ୍ୟାପିଲୋ ଲଞ୍ଚ କରିବା ପୂର୍ବରୁ ତାଙ୍କୁ ବାରମ୍ବାର ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୂର୍ବରୁ ବିକାଶ ନାହର ପ୍ରାୟ ୨୦ଟି ନୂଆ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲେ।

ଏକ ସାକ୍ଷାତକାରରେ ସେ କହିଥିଲେ, ବାରମ୍ବାର ବ୍ୟବସାୟରେ କ୍ଷତି ସହିବା ପରେ ତାଙ୍କର ଆର୍ଥିକ ସାମର୍ଥ୍ୟ ଦୁର୍ବଳ ହୋଇପଡିଥିଲା । ‘ହ୍ୟାପିଲୋ’ ଆରମ୍ଭ କରିବା ପାଇଁ ତାଙ୍କ ପାଖରେ ମାତ୍ର ୧୦ହଜାର ଟଙ୍କା ଏବଂ ମାତ୍ର ୨ ଜଣ କର୍ମଚାରୀ ଥିଲେ । କିନ୍ତୁ ଏବେ ଏହି କମ୍ପାନୀ ୫୦୦ କୋଟି ର ବ୍ୟବସାୟ କରୁଛି । ହ୍ୟାପିଲୋ ଆମାଜନ, ଫ୍ଲିପକାର୍ଟ ସମେତ ଅନ୍ୟ ଇ-କମର୍ସ ସାଇଟରେ ଏହାର ଉତ୍ପାଦ ବିକ୍ରି କରିଥାଏ । ଏଥିରେ ୪୦ ପ୍ରକାର ଡ୍ରାଏ ଫ୍ରୁଟ୍ସ, ୬୦ ପ୍ରକାର ମସଲା ଓ ୧୦୦ ପ୍ରକାର ଚକୋଲେଟ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe