ଆସିଲା ସାଓମି ଏମ୍‌ଆଇ ଏ-୧ ରେଡ୍‌ କଲର ଏଡିସନ

Advertisment
ଆସିଲା ସାଓମି ଏମ୍‌ଆଇ ଏ-୧ ରେଡ୍‌ କଲର ଏଡିସନ

ନୂଆଦିଲ୍ଲୀ : ସାଓମି କଂପାନିର ସବୁଠୁଁ ଶକ୍ତିଶାଳୀ କ୍ୟାମେରା ବାଲା ସ୍ମାର୍ଟଫୋନ ଏମଆଇ ଏ-୧ର ସ୍ୱତନ୍ତ୍ର ରେଡ୍‌ କଲର ଏଡିସନ ଲଞ୍ଚ୍‌ ହୋଇଛି । ତେବେ ଏହି ମଡେଲଟି ସୀମିତ ପରିମାଣରେ ମିଳିବ । ଡ଼ିସେମ୍ବର ୨୦ରେ ଏହି ଲିମିଟେଡ୍‌ ଏଡିସନ ଫୋନଟି ଉପଲବ୍ଧ ହେବ । ଏହାର ମୂଲ୍ୟ ରହିଛି ୧୩,୯୯୯ ଟଙ୍କା ।

publive-image

ସାଓମୀ ଏମଆଇ ଏ-୧ର ସ୍ପେସିଫିକେସନ
ସୂଚନା ଅନୁଯାୟୀ, ସାଓମୀ ଏମଆଇ ଏ-୧ ସ୍ମାର୍ଟଫୋନ୍‌ରେ ୫.୪ ଇଞ୍ଚ୍‌ର ଫୁଲ୍‌ ଡ଼ିସ୍‌ପ୍ଲେ ସାଙ୍ଗକୁ କାର୍ନିଙ୍ଗ୍‌ ଗୋରିଲା ଗ୍ଲାସ୍‌ର ପ୍ରୋଟେକ୍‌ସନ୍‌ ମଧ୍ୟ ଅଛି। ଏଥିସହିତ ଏହି ଫୋନ୍‌ର ବ୍ୟାକ୍‌ ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେଂସର୍‌ ବି ରହିଛି। ଏହାବ୍ୟତୀତ ଏଥିରେ ଡ଼ୁଆଲ୍‌ କ୍ୟାମେରା ସେଟ୍‌ଅପ୍‌ ସହିତ ଏହାର ଦୁଇଟି ଯାକ କ୍ୟାମେରା ୧୨ ମେଗାପିକ୍ସଲ୍‌ ଅଟେ। ଯାହାର ତୁଳନା କଂପାନି ଆଇଫୋନ୍‌ ୭ ପ୍ଲସ୍‌ ଏବଂ ଓ୍ଵାନପ୍ଲସ୍‌ ୫ ସହିତ କରୁଛି।ଏଥିସହିତ ସାଓମୀ ଏମଆଇ ଏ-୧ କ୍ୟାମେରାରେ ୩.୦ ବ୍ୟୁଟି ମୋଡ଼୍‍ ମଧ୍ୟ ଦିଆଯାଇଛି । ଏହାସାଥ୍‌ସାଥ୍‌ ସାଓମୀ ଏମଆଇ ଏ-୧ ରେ ୪ ଜିବି ର‍୍ୟାମ୍‌ ଏବଂ ୬୪ ଜିବିର ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି । ଆଉ ଯଦି ଏହି ଫୋନ୍‌ର ଅନ୍ୟାନ୍ୟ ସ୍ପେସିଫିକେସନ୍‌ ବିଷୟରେ କୁହାଯାଏ ,ତେବେ ଏଥିରେ କ୍ୱାଲକାମ୍‌ ସ୍ନାପଡ୍ରାଗନ ୬୨୫ ପ୍ରୋସେସର୍‌ ଏବଂ ୩୦୮୦ ଏମ୍‌ଏଏଚ୍‌ ର ବ୍ୟାଟେରି ରହିଛି। କଂପାନି ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ,ଏହି ଫୋନଟି ଗରମ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe