ଇଲେକ୍ଟ୍ରିକ୍‌ ମୋପେଡ୍‌ ଲଞ୍ଚ କଲା ସାଓମି, ଥରେ ଚାର୍ଜ କଲେ ଯିବ ୧୨୦କିଲୋମିଟର

ଇଲେକ୍ଟ୍ରିକ୍‌ ମୋପେଡ୍‌ ଲଞ୍ଚ କଲା ସାଓମି, ଥରେ ଚାର୍ଜ କଲେ ଯିବ ୧୨୦କିଲୋମିଟର

jansatta.com

ନୂଆଦିଲ୍ଲୀ : ସ୍ମାର୍ଟଫୋନ ତିଆରି କରୁଥିବା ଚୀନ୍‌ର ପ୍ରମୁଖ କମ୍ପାନୀ ସାଓମି ଏବେ ମୋବାଇଲ ତିଆରି କରିବା ସହ ଗାଡ଼ି ତିଆରି କରିବା ଆରମ୍ଭ କରିଛି । ଏବେ ବଜାରରେ ସାଓମିର ଚାହିଦା ଅଧିକ ଥିବା ବେଳେ ସାଓମି ଏକ ଇଲେକ୍ଟ୍ରିକ୍‌ ମୋପେଡ୍‌ ଲଞ୍ଚ କରିଥିବା ଜଣାପଡ଼ିଛି । ଏହି ମୋପେଡ୍‌ର ନାଁ ସାଓମି ହିମୋ ଇଲେକ୍ଟ୍ରିକ୍‌ ଟି-୧ ରଖାଯାଇଛି । ସାଓମି ଏଇ କିଛି ଦିନ ମଧ୍ୟରେ ମୋବାଇଲ ଫୋନ ବ୍ୟତୀତ ୪୦ରୁ ଅଧିକ ଲାଇଫ୍‌ଷ୍ଟାଇଲ ପ୍ରଡକ୍ଟ ଲଞ୍ଚ କରି ସାରିଛି । ସେ ମଧ୍ୟରେ ରହିଛି ଇଲେକ୍ଟ୍ରିକ ମୋପେଡ୍‌। ପ୍ରଥମେ ଏହି ମୋପେଡ୍‌କୁ ଚୀନ୍‌ରେ ଲଞ୍ଚ କରାଯାଇଛି ।  ପରେ ଅନ୍ୟ ଦେଶରେ ଲଞ୍ଚ କରାଯିବ ବୋଲି ଜଣାପଡ଼ିଛି ।

publive-image Gizmochina

ଏହି ମୋପେଡ୍‌ରେ ୩୫୦W ଇଲେକ୍ଟ୍ରିକ୍‌ ମ୍ୟାଗ୍‌ନେଟ୍‌ ମୋଟରର ପ୍ରୟୋଗ କରାଯାଇଛି । ୯୦ଏମ୍‌ଏମ୍‌ ଚଉଡ଼ା ଏବଂ ୮ଏମ୍‌ଏମ୍‌ ମୋଟେଇର ଟାୟାର ଲଗାଯାଇଥିବା ବେଳେ ଆଗ ଚକରେ ଇଲେକ୍ଟ୍ରିକ୍‌ ଡିସ୍କ ବ୍ରେକ୍‌ର ଏବଂ ପଛ ଚକରେ ଡ୍ରମ୍‌ ବ୍ରେକ୍‌ର ସୁବିଧା ଦିଆଯାଇଛି । ଦୁଇଟି ଭିନ୍ନ ପାଓ୍ଵାର ବିଶିଷ୍ଟ ବ୍ୟାଟେରୀରେ ତିଆରି କରାଯାଇଥିବା ଏହି ମୋପେଡ୍‌କୁ ଲୋକେ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ୧୪ଏମ୍ପିୟର ଆଓ୍ଵାର ଥିବା ଏହି ବ୍ୟାଟେରୀକୁ ଥରେ ଚାର୍ଜ କଲେ ତାହା ୬୦କିଲୋମିଟର ପର୍ଯ୍ୟନ୍ତ ଯାଇ ପାରୁଥିବା ବେଳେ ୨୮ ଏମ୍ପିୟର ଆଓ୍ଵାର ଥିବା ବ୍ୟାଟେରୀକୁ ଥରେ ଚାର୍ଜ କଲେ ତାହା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe