ଜିଓମି କଂପାନିର ସ୍ୱତନ୍ତ୍ର ଅଫର୍‌!

Advertisment
ଜିଓମି କଂପାନିର ସ୍ୱତନ୍ତ୍ର ଅଫର୍‌!

photo-gaonconnection.com

ଫେଷ୍ଟିଭାଲ୍‌ ସିଜିନ୍‌କୁ ଆଖିଆଗରେ ରଖି ପ୍ରତ୍ୟେକ ସ୍ମାର୍ଟଫୋନ୍‌ କଂପାନି ଭିନ୍ନ ଭିନ୍ନ ପ୍ରକାରର ଅଫର୍‌ ଲଞ୍ଚ୍‌ କରିଥାଆନ୍ତି।କେଉଁଠି ରିହାତି ମିଳିଥାଏ ତ ପୁଣି କେହି ଇଏମ୍‌ଆଇ (କିସ୍ତି)ର ଅଫର୍‌ ଦେଇଥାଏ।ସ୍ମାର୍ଟ ଫୋନ୍‌ କଂପାନି ଜିଓ ଆମି ଭାରତୀୟ ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର୍‌ ଲଞ୍ଚ୍‌ କରିଛି। କଂପାନି ପକ୍ଷରୁ ଇଏମ୍‌ଆଇ ସର୍ଭିସ୍‌ ଲଞ୍ଚ୍‌ କରାଯାଇଛି। ଏସଂପର୍କୀତ ସୂଚନା କଂପନିର ଓ୍ଵବ୍‌ସାଇଟ୍‌ରେ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ କଂପାନିର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମନୁ କୁମାର ଜୈନ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଏହି ଅଫର୍‌ ଅନୁଯାୟୀ ଜିଓମି ଗ୍ରାହକ ମାନଙ୍କୁ ଓ କ୍ରେଡ଼ିଟ୍‌ କାର୍ଡ଼ ବ୍ୟତୀତ ନିଜର ମନପସନ୍ଦର ପ୍ରଡ଼କ୍ଟ କ୍ରୟ କରିବାର ସୁଯୋଗ ଦେଉଛି।ଅର୍ଥାତ୍‌ ଏହି ସାମଗ୍ରୀ କିଣିବା ପାଇଁ କ୍ରେଡ଼ିଟ୍‌ କାର୍ଡ଼ର ଆବଶ୍ୟକତା ନାହିଁ।କିନ୍ତୁ ଏଥିପାଇଁ ଆପଣଙ୍କର ଆଧାର ସମେତ ଅନ୍ୟ କିଛି ନଥିପତ୍ର ର ଆବଶ୍ୟକତା ଅଛି। ଏହି ଅଫରର୍‌ ଲାଭ ଉଠାଇବା ପାଇଁ କଂପାନିର ଅଫିସିଆଲ୍‌ ଓ୍ଵବ୍‌ସାଇଟ୍‌ www.mi.com/inmifinanceକୁ ଯାଇ ପ୍ରଥମେ ନିଜର ଆକାଉଣ୍ଟ୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ଏହାପରେ କାର୍ଡ଼ଲେସ୍‌ ଇଏମ୍‌ଆଇ ଅପ୍‌ସନ୍‌ ଉପରେ କ୍ଲିକ୍‌ କରି ଓଟିପି ଜେନେରେଟ୍‌ କରିବାକୁ ହେବ। ଏହାପରେ ଆପଣଙ୍କୁ କିଛି ବ୍ୟକ୍ତିଗତ ସୂଚନା ଦେବାକୁ ପଡ଼ିବ।ଏଥିରେ ଆଧାର କାର୍ଡ଼,ମୋବାଇଲ୍‌ ନମ୍ବର ଆଦି ଦେବାକୁ ପଡ଼ିବ।ଏହାପରେ ନିଜର ଆୟ ସଂପର୍କୀତ ସୂଚନା ଦେବାକୁ ପଡ଼ିବ।

ଏହାପରେ ରି-ପେମେଣ୍ଟ୍‌ ପାଇଁ କ୍ରେଡ଼ିଟ୍‌ର ସେଟ୍‌ଅପ୍‌ କରିବାକୁ ହେବ।ଏଠାରୁ ଆପଣଙ୍କର ଓ୍ଵଷ୍ଟ୍‍ ମନି ଆକାଉଣ୍ଟ ପ୍ରସ୍ତୁତ ହୋଇଯିବ। ତା’ପରେ ଆକାଉଣ୍ଟ୍‌ର ସମସ୍ତ ପ୍ରକ୍ରିୟା ସମାପ୍ତ ହେବାପରେ ଗ୍ରାହକ ନିଜର ମନମୁତାବକ ପ୍ରଡ଼କ୍ଟ କିଣିପାରିବେ।କାର୍ଡ଼ଲେସ୍‌ କ୍ରେଡ଼ିଟ୍‌ ଜରିଆରେ ପେମେଣ୍ଟ୍‌ ପରେ ମଧ୍ୟ କରାଯାଇପାରେ।
ଏହି ଇଏମ୍‌ଆଇ ଯୋଜନାର କେତେକ ସର୍ତ୍ତାବଳୀ ଅଛି। ୨୦୧୭ ଅକ୍ଟୋବର ୧୪ ତାରିଖରୁ ୨୦୧୭ ଅକ୍ଟୋବର ୧୭ ତାରିଖ ଯାଏଁ ଏହି ଅଫର୍‌ ଉପଲବ୍ଧ।ଏ ସଂପର୍କରେ ଅଧିକ ସୂଚନା ପାଇବା ପାଇଁ କଂପାନିର ଓ୍ଵବ୍‌ସାଇଟ୍‌କୁ ଯିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe