ମୁମ୍ବାଇ: ଇଟାଲିର ସୁପରକାର୍ ନିର୍ମାତା ଲାମ୍ବୋରଗିନି ଭାରତରେ ଏହାର ଉରୁଷ୍ ଏସ୍ୟୁଭିର ଉନ୍ମୋଚନ ଆଜି କରିଛି। ମୁମ୍ବାଇରେ ଏହି ଏସ୍ୟୁଭିର ଏକ୍ସ ସୋରୁମ୍ ମୂଲ୍ୟ ୩ କୋଟି ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଉନ୍ମୋଚିତ ହେବାର ମାସକ ମଧ୍ୟରେ ଏହି ବିଳାସପୂର୍ଣ୍ଣ ଗାଡ଼ିକୁ କମ୍ପାନି ଭାରତରେ ଉପଲବ୍ଧ କରାଇଛି। ୫ ମିଟରରୁ ଅଧିକ ଲମ୍ବର ଏହି ଗାଡ଼ିର ଓଜନକୁ ୨.୨ ଟନ୍ ମଧ୍ୟରେ ସୀମିତ ରଖିବା ପାଇଁ ଏଥିରେ ପର୍ଯ୍ୟାପ୍ତ ପରିମାଣର ଆଲୁମିନିୟମ ଆଲୟ ବ୍ୟବହାର କରାଯାଇଛି। ୩.୬ ସେକେଣ୍ଡ୍ ମଧ୍ୟରେ ଏହି ଗାଡ଼ିର ଘଣ୍ଟା ପ୍ରତି ବେଗକୁ ଶୂନରୁ ୧୦୦ କିମିକୁ ବୃଦ୍ଧି କରାଯାଇ ପାରୁଛି। ଏତଦ୍ବ୍ୟତୀତ ଏହି ଗାଡ଼ିଟି ଘଣ୍ଟାପ୍ରତି ସର୍ବାଧିକ ୩୦୫ କିମି ବେଗରେ ଗତି କରିବାର ସାମର୍ଥ୍ୟ ରଖିଛି।
ଏସ୍ୟୁଭିର ମୂଲ୍ୟ ୩ କୋଟି
Advertisment
Follow Us