ଆରପାରିରେ କିଙ୍ଗ ଅଫ ସିମେଣ୍ଟ ଯଦୁପତି ସିଂହାନିଆ

Advertisment
ଆରପାରିରେ କିଙ୍ଗ ଅଫ ସିମେଣ୍ଟ ଯଦୁପତି ସିଂହାନିଆ

photo-janjwar

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନରେ ଜେ.କେ ସିମେଣ୍ଟର ସିଇଓ ଯଦୁପତି ସିଂହାନିଆଙ୍କର ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି | ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଭାରତୀୟ ଶିଳ୍ପ ଜଗତରେ ଶୋକର ଲହରୀ ଖେଳିଯାଇଛି | ଆଜି ଦିନ ଏଗାରଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୨୦୦୪ ମସିହାରେ ସେ ଜେ.କେ ସିମେଣ୍ଟର ସିଇଓ ହୋଇଥିଲେ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କୁ ସିମେଣ୍ଟ କ୍ଷେତ୍ରରେ ଶ୍ରେଷ୍ଠ ସିଇଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେ ଦେଶର ଶ୍ରେଷ୍ଠ ୧୦୦ ସିଇଓଙ୍କ ମଧ୍ୟରେ ୨୮ ତମ ସ୍ଥାନରେ ରହିଥିଲେ। ୨୦୨୩ ମସିହା ସୁଦ୍ଧା ସେ କମ୍ପାନୀ ପାଇଁ ସେ ୨୦ ବିଲିୟନ ଡଲାରର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେ ସିମେଣ୍ଟର କିଙ୍ଗ ଭାବରେ ମଧ୍ୟ ଜଣାଶୁଣା ଥିଲେ ଏବଂ ତାଙ୍କର ଦକ୍ଷ ପରିଚାଳନା ସହିତ ଜେ.କେ ସିମେଣ୍ଟକୁ ନୂଆ ପରିଚୟ ଦେଇଥିଲେ |


ତାଙ୍କର ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ ମାତ୍ର ୩ ବର୍ଷ ମଧ୍ୟରେ ସେ ୫୦୦ କୋଟି ଟଙ୍କାର ଏକ କମ୍ପାନୀକୁ ପ୍ରାୟ ୬୫୦୦ କୋଟିର ଏକ ବିଶାଳ କମ୍ପାନୀରେ ପରିଣତ କରି ଦେଖାଇଥିଲେ। ଆଇଆଇଟି କାନପୁରର ଜଣେ ସଫଳ ଛାତ୍ର ଭାବେ ପରିଚିତ ଯଦୁପତିଙ୍କ ମୃତ୍ୟୁରେ କାନପୁର ସମେତ ଦେଶର ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe