ୟେସ୍‌ ବ୍ୟାଙ୍କ ୧୨୭ ନୂଆ ଶାଖା ଖୋଲିବ

Advertisment
ୟେସ୍‌ ବ୍ୟାଙ୍କ ୧୨୭ ନୂଆ ଶାଖା ଖୋଲିବ

image source-bloomberg.com

ଭୁବନେଶ୍ବର: ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କ ପକ୍ଷରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ୧୨୭ ନୂଆ ଶାଖା ଖୋଲାଯିବ। ବର୍ତ୍ତମାନ ଦେଶରେ ବ୍ୟାଙ୍କର ୧୧୨୨ଟି ଶାଖା ରହିଛି। ଶାଖା ସଂଖ୍ୟା ବଢ଼ାଇବା ଲାଗି ଆମେ ଯୋଜନା ରଖିଛୁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ବ୍ୟାଙ୍କର ଗ୍ଲୋବାଲ୍ ହେଡ୍ (ରିଟେଲ୍‌ ବ୍ୟାଙ୍କିଙ୍ଗ୍‌) ରାଜନ ପେଣ୍ଟଲ୍‌ କହିଛନ୍ତି। ସେ କହିଲେ, ଓଡ଼ିଶାରେ ଆମର ୯ଟି ଶାଖା ରହିଛି। ଚଳିତ ବର୍ଷ ଆଉ କିଛି ଶାଖା ରାଜ୍ୟରେ ଖୋଲିବ ବୋଲି ସେ କହିଛନ୍ତି। ଯାଜପୁର, ରାଉରକେଲା ସହର ଭଳି ସ୍ଥାନ ସମେତ ଯେଉଁଠାରେ ଉଭୟ ଜମା ଓ ଋଣ ବୃଦ୍ଧିର ସୁଯୋଗ ଥିବ ସେଠାରେ ଶାଖା ଖୋଲିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ‌ମୋରାଟୋରିଅମ୍‌ରୁ ବାହାରିବା ପରେ ଲଗାତାର ଭାବେ ପ୍ରତି ତ୍ରୈମାସିକରେ ଲାଭ କରୁଥିବା ୟେସ୍‌ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୬୬ କୋଟି ଟଙ୍କାର ନିଟ୍ ଲାଭ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ଋଣରେ ୧୫% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ମୋଟ ଜମାରେ କାସା ଜମାର ଅବଦାନ ଏବେ ୩୦.୮% ଥିବା ବେଳେ ବର୍ଷ ଶେଷ ସୁଦ୍ଧା ତାହାକୁ ୩୫%ରେ ପହଞ୍ଚାଇବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ବ୍ୟାଙ୍କର ୨୫ ହଜାର ଖାତାଧାରୀ ଅଛନ୍ତି ଓ ଗତବର୍ଷ ୪,୭୦୦ ଖାତା ଯୋଡ଼ିହୋଇଛି। ରାଜ୍ୟରେ ଏମ୍‌ଏସ୍‌ଏମ୍ଇ ଓ ଷ୍ଟାର୍ଟଅପ୍‌ଙ୍କୁ ଅଧିକ ଋଣ ଦେବା ଉପରେ ବ୍ୟାଙ୍କ ଗୁରୁତ୍ବ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe