ଇଲେକ୍ଟ୍ରିକ୍ ବାଇକ୍ ଭାବେ ଫେରିବ ‘ୟେଜ୍‌ଦି’

ଲକ୍‌ଡାଉନ ବେଳେ ୨୪ ବାଇକ୍‌ ଜବତ

BikeWale

ମୁମ୍ବାଇ : ଅତୀତରେ ଦେଶରେ‌ ବେଶ ଚର୍ଚ୍ଚିତ ଥିବା ଓ ଅନେକ ଲୋକଙ୍କ ସ୍ମୃତି ହୋଇ ରହିଥିବା ୟେଜ୍‌ଦି ବାଇକ୍ ପୁଣି ଥରେ ବଜାରକୁ ଫେରିବ। ମହିନ୍ଦ୍ରା ଗ୍ରୁପ୍ ମାଲିକାନାରେ ଥିବା କ୍ଲାସିକ୍ ଲିଜେଣ୍ଡସ୍‌ ନାମକ ସଂସ୍ଥା ଏହାକୁ ଇଲେକ୍‌ଟ୍ରିକ୍ ବାଇକ୍ ଭାବେ ପୁଣି ଥରେ ବଜାରକୁ ଆଣିବା ଲାଗି ଯୋଜନା ରଖିଛି। ପୂର୍ବରୁ ଏହା ଜାୱା ମୋଟରସାଇକଲ୍‌କୁ ନୂଆ ରୂପରେ ବଜାରକୁ ଆଣିସାରିଛି। ଏବେ ୟେଜ୍‌ଦିକୁ ଆଣିବା ଲାଗି ପ୍ରସ୍ତୁତ ହେଉଛି। ଏହ ଇଲେକ୍ଟ୍ରିକ୍ ବାଇକ୍‌ର ନେମ୍‌ପ୍ଲେଟ୍‌ରେ ୟେଜ୍‌ଦି ଲେଖାରହିବ। ତେବେ କଂପାନି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଅତୀତରେ ଫାରୁକ୍ ଇରାନିଙ୍କ ମାଲିକାନାରେ ଥିବା ଆଇଡିଲ୍‌ ଜାୱା ଇଣ୍ଡିଆ ଲିମିଟେଡ୍‌ ୟେଜ୍‌ଦି ମୋଟରସାଇକଲ୍‌କୁ ଭାରତ ଆଣିଥିଲା। ମହୀଶୂରର ଏହି କଂପାନି ଜାୱା ମୋଟରସାଇକଲ୍ ବିକ୍ରି କରିବା ଲାଗି ୧୯୬୦ରେ ଲାଇସେନ୍ସ ପାଇଥିଲା। ୧୯୭୩ରେ ଏହାର ନାମ ବଦଳାଇ ୟେଜ୍‌ଦି ରଖାଯାଇଥିଲା। ରୋଡ୍‌କିଙ୍ଗ୍‌, ମୋନାର୍ଚ ଓ ସିଏଲ୍‌-୨, ୩୫୦ ଭଳି ମଡେଲ୍‌ ଭାବେ ୟେଜ୍‌ଦିକୁ ବିକ୍ରି କରାଯାଇଥିଲା। କଂପାନି ଇଞ୍ଜିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଆମଦାନି କରି ତାହାକୁ ଭାରତରେ ଆସେମ୍ବଲ କରୁଥିଲା। ୧୯୭୦ ଓ ୧୯୮୦ ବେଳକୁ ୟେଜ୍‌ଦି ଭାରତରେ ବହୁତ ଚର୍ଚ୍ଚିତ ଥିଲା। ପ୍ରଦୂଷଣ କଟକଣା କଡ଼ାକଡ଼ି ହେବା ପରେ ୧୯୯୦ ମଧ୍ୟ ଭାଗରେ ଏହି ବ୍ରାଣ୍ଡ୍‌କୁ ବନ୍ଦ କରିଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe