ଏଣିକି ହ୍ଵାଟ୍‌ସଆପ୍‌ରେ ସେୟାର କରି ହେବ ଫେସ୍‌ବୁକ୍‌ ପୋଷ୍ଟ୍‍, ଜାଣନ୍ତୁ କେଉଁମାନେ ହେବେ ବିଶେଷ ଲାଭବାନ

Advertisment
ଏଣିକି ହ୍ଵାଟ୍‌ସଆପ୍‌ରେ ସେୟାର କରି ହେବ ଫେସ୍‌ବୁକ୍‌ ପୋଷ୍ଟ୍‍, ଜାଣନ୍ତୁ କେଉଁମାନେ ହେବେ ବିଶେଷ ଲାଭବାନ

ନୂଆଦିଲ୍ଲୀ: ଏଣିକି ଫେସ୍‌ବୁକ୍‌ର କୌଣସି ବି ପୋଷ୍ଟ୍‍କୁ ଆପଣ ହ୍ଵାଟ୍‌ସଆପ୍‌ରେ ସେୟାର କରିପାରିବେ। ଜାଣିବାକୁ ମିଳିଛି ଯେ ମୋବାଇଲ୍‌ ଆପ୍‌ ପାଇଁ ଫେସ୍‌ବୁକ୍‌ ନୂଆ ଫିଚର୍‌ ଟେଷ୍ଟିଂ ଆରମ୍ଭ କରିଛି। ଫେସ୍‌ବୁକ୍‌ ଆପ୍‌ର ବିଟା ଭର୍ସନ ବ୍ୟବହାର କରୁଥିବା କେତେଜଣ ବ୍ୟବହାରକାରୀଙ୍କୁ ଏହି ସୂଚନା ଦିଆଯାଇଛି।

ଯଦିଓ ଏବେ ସୁଧା ଫେସ୍‌ବୁକ୍‌ରେ ହ୍ଵାଟ୍‌ସକୁ ନେଇ କୌଣସି ଅଧିକ ସୂଚନା ପ୍ରଦାନ କରାଯାଇନାହିଁ। ମାତ୍ର ଖାଲି ଏତିକି ଜାଣି ରଖନ୍ତୁ ଯେ ଫେସ୍‌ବୁକ୍‌ ଆପ୍‌କୁ ଗଲା ପରେ ସେୟାର ବଟନରେ କ୍ଲିକ୍‌ କଲେ ଆପଣଙ୍କୁ ଏକ ସେୟାର୍‌ ନାଓ ଅପ୍‌ସନ୍‌ ଦୃଶ୍ୟମାନ ହେବ। ସେଥିରେ ରାଇଟ୍‌ ପୋଷ୍ଟ ନାମରେ ଏକ ବିକଳ୍ପ ବି ଦୃଶ୍ୟମାନ ହେବ। ମାତ୍ର ବିଟା ବ୍ୟବହାରକାରୀଙ୍କୁ ଏଥିରେ ତୃତୀୟ ବିକଳ୍ପ ଅର୍ଥାତ ‘ସେଣ୍ଡ୍‌ ଇନ୍‌ ହ୍ଵାଟ୍‌ଓଆପ୍‌’ ଦୃଶ୍ୟମାନ ହେବ।

publive-image

ଏହି ବିକଳ୍ପକୁ ଚୟନ କରିବା ପରେ ଆପଣ ଫେସ୍‌ବୁକ୍‌ର କିଛି ବି କଣ୍ଟେଣ୍ଟ୍‌, ଇମେଜ ଓ ଭିଡିଓକୁ ଯେକୌଣସି ହ୍ଵାଟ୍‌ଓଆପ୍‌ କଣ୍ଟାକ୍ଟଙ୍କ ସହ ସେୟାର କରିପାରିବେ। ଏହା ଫଳରେ ଫେସ୍‌ବୁକ୍‌ରେ ଏକ ସଂଯୋଗ ସୃଷ୍ଟି ହେବ। କେତେକ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ଅତି କାମରେ ଆସିବ, ବିଶେଷ କରି ବ୍ୟବସାୟୀମାନଙ୍କ ପାଇଁ।

ଏହି ଫିଚର ଜରିଆରେ ବ୍ରାଣ୍ଡ୍‌ ଏବଂ ବ୍ୟବହାରକରୀ ଉଭୟ ସହଜରେ ନିଜର ସାମଗ୍ରୀର ପୋଷ୍ଟ୍‍କୁ ଫେସ୍‌ବୁକ୍‌ର ମାର୍କେଟ୍‌ ପ୍ଲସ୍‌ରେ ଫିଚର କରିବା ସହ ହ୍ଵାଟ୍‌ସଆପ୍‌ରେ ବି ଦେଖାଇ ପାରିବେ। ଯାହା ଫଳରେ ବ୍ୟବସାୟକୁ ସହଜରେ ବଢ଼ାଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe