ଆସନ୍ତାକାଲି ଠାରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମ ହେବ ପରିବର୍ତ୍ତନ

Advertisment
ଆସନ୍ତାକାଲି ଠାରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଡିଜିଟାଲ ନେଣଦେଣରେ ଦ୍ରୁତ ପରିବର୍ତ୍ତନ ସହିତ ସାଇବର ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏବେ ଏଟିଏମରୁ ଟଙ୍କା ଉଠାଣକୁ ଆହୁରି ଅଧିକ ସୁରକ୍ଷିତ କରିଛି। ନୂତନ ନିୟମ ସେପ୍ଟେମ୍ବର ୧୮ରୁ ଲାଗୁ ହେବାକୁ ଯାଉଛି। ଏହି ନିୟମ କେବଳ ଏସବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ଵିଟ୍ କରି ଜଣାଇଛି ଯେ, ଏଣିକି ବ୍ୟାଙ୍କର କୌଣସି ବି ଏଟିଏମରୁ ନଗଦ ଟଙ୍କା ଉଠାଣ ଅଧିକ ସୁରକ୍ଷିତ କରି ଦିଆଯାଇଛି। ଯଦି ଏସବିଆଇ ଏଟିଏମରୁ ୧୦ ହଜାର କିମ୍ବା ଅଧିକ ଟଙ୍କା ଉଠାଯାଏ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ଯିବ। ଓଟିପି ଆସିବା ପରେ ଟଙ୍କା ଉଠା ଯାଇ ପାରିବ।

ଏଟିଏମ ଠକେଇରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପୂରା ଦେଶରେ ୨୪ ଘଣ୍ଟା ପାଇଁ ଓଟିପି ଆଧାରିତ ସେବା ଆରମ୍ଭ କରିଛି। କାରଣ ଓଟିପି ଦେବା ପରେ ହିଁ ଆପଣ ୧୦ ହଜାର କିମ୍ବା ସେଥିରୁ ଅଧିକ ଟଙ୍କା ଉଠାଇ ପାରିବେ।
ଯଦି କୌଣସି ଗ୍ରାହକଙ୍କ ପାଖରେ ପଞ୍ଜୀକୃତ ମୋବାଇଲ ନମ୍ବର ନାହିଁ ତେବେ ସେ ଏସବିଆଇ ଡେବିଟ୍ କାର୍ଡରୁ ଏସବିଆଇ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe