ୟୁଥ୍‌ ଲିଡର୍‌ସିପ୍ ଫାଉଣ୍ଡେସନର ବଜେଟ୍ ଆଲୋଚନା

Advertisment
ୟୁଥ୍‌ ଲିଡର୍‌ସିପ୍ ଫାଉଣ୍ଡେସନର ବଜେଟ୍ ଆଲୋଚନା

ନୂଆଦିଲ୍ଲୀ: କାର୍ତ୍ତିକ ଗୋଏଲଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ୟୁଥ୍‌ ଲିଡରସିପ୍ ଫାଉଣ୍ଡେସନ ପକ୍ଷରୁ ଛଅ ଦିନିଆ ‘ବଜେଟ୍‌ ଆଲୋଚନା ୨୦୨୩’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଆଲୋଚନାରେ ସାରା ଦେଶରୁ ୧୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଫେବ୍ରୁଆରି ୪ରୁ ୭ ପର୍ଯ୍ୟନ୍ତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ବଜେଟ୍ ବ୍ୟୟବରାଦ ଉପରେ ଆଲୋଚନା ହେବ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅର୍ଥମନ୍ତ୍ରୀ ହୋଇଥିବା ଜଇବ୍ ଡାନିସ୍‌ ଅଲ୍ଲୀ ଫେବ୍ରୁଆରି ୮ରେ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍ ଆଲୋଚନାର ବିଷୟବସ୍ତୁ ରଖାଯାଇଛି ଭାରତକୁ ଦୁନିଆର ଆଶାରେ ପରିଣତ କରିବା। ଏ ସମ୍ପର୍କରେ ଶ୍ରୀ ଗୋଏଲ କହିଛନ୍ତି ଯେ ଆମେ ଲଗାତାର ତୃତୀୟ ଥର ପାଇଁ ବଜେଟ୍‌ ଆଲୋଚନା ଆୟୋଜନ କରୁଛୁ। ଭାରତକୁ ଜି-୨୦ ସଭାପତିତ୍ବ ମିଳିଥିବା ବେଳେ ଭାରତୀୟ ବଜେଟ୍‌ ଏଭଳି ଏକ ମୂଳଦୁଆ ସୃଷ୍ଟି କରିବ ଯେଉଁଥିରେ ଯୁବବର୍ଗ ସେମାନଙ୍କ ସ୍ବପ୍ନ ସାକାର କରିପାରିବେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ଯୁବ ସାଂସଦ, ଶ୍ରେଷ୍ଠ ବଜେଟ୍‌ ଉପସ୍ଥାପନା, ଶ୍ରେଷ୍ଠ ବଜେଟ୍ ପ୍ରଶ୍ନ ଏବଂ ଶ୍ରେଷ୍ଠ ସ୍କୁଲ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe