ୟୁଟ୍ୟୁବ୍‌ ଦେଲା ଝଟ୍‌କା: ଭିଡିଓ ଦେଖିବା ପାଇଁ ମାସରେ ଅଧିକ ଟଙ୍କା ଦେବାକୁ ପଡିବ

ୟୁଟ୍ୟୁବ୍‌ର ସବସ୍କ୍ରିପସନ୍ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି। ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ବର୍ତ୍ତମାନ ଅଧିକ ଦେୟ ଦେବାକୁ ପଡିବ। ବ୍ୟକ୍ତିଗତ ଯୋଜନା୧୪୯ ଟଙ୍କା, ଛାତ୍ର ଯୋଜନା ୮୯ ଟଙ୍କା ଏବଂ ପରିବାର ଯୋଜନା ୨୯୯ ଟଙ୍କା ହୋଇଛି। ବାର୍ଷିକ ଯୋଜନାର ମୂଲ୍ୟ ମଧ୍ୟ ୧୨୯୦ରୁ ୧୪୯୦ଟଙ୍କାକୁ ବୃଦ୍ଧି ପାଇଛି।

YouTube

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଦେଖିବା ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କାରଣ କମ୍ପାନୀ ଦ୍ୱାରା ସବସ୍କ୍ରିପସନ୍ ଯୋଜନାର ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଯେଉଁମାନେ ଆଡ୍ ଫ୍ରି  ସବସ୍କ୍ରିପସନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟ୍‌କା ମିଳିବାକୁ ଯାଉଛି।

ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ପ୍ରଭାବିତ କରିବାକୁ ଯାଉଛି। ବିଶେଷ କଥା ହେଉଛି ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ସିଧାସଳଖ ପ୍ରଭାବିତ କରିବାକୁ ଯାଉଛି। ଏହାର ଅର୍ଥ ସମସ୍ତଙ୍କୁ ବର୍ଦ୍ଧିତ ମୂଲ୍ୟ ଦେବାକୁ ପଡିବ।

ୟୁଟ୍ୟୁବ୍ କିଛି ଯୋଜନାର ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି।  ୟୁଟ୍ୟୁବ୍ ପ୍ରିମିୟମ୍ ପ୍ଲାନର ମୂଲ୍ୟ ୫୮ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ଯୋଜନା କିଣିଲେ ଏଥିରେ ମାସିକ, ୩ ମାସ ଏବଂ ୧୨ ମାସ ଯୋଜନା ଅନ୍ତର୍ଭୁକ୍ତ।  କିନ୍ତୁ ବର୍ତ୍ତମାନ ଏଥିପାଇଁ ଉପଭୋକ୍ତଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। 

ୟୁଟ୍ୟୁବ୍ ପ୍ରିମିୟମ୍ ଯୋଜନା ବିଷୟରେ କହିବାକୁ ଗଲେ ବ୍ୟକ୍ତିଗତ (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯ ଟଙ୍କା ଥିବାବେଳେ ଏବେ ନୂତନ ମୂଲ୍ୟ ୧୪୯ ଟଙ୍କା ହେବ।  ଯେତେବେଳେ କି, ଛାତ୍ର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୭୯ ଟଙ୍କା ଥିବାବେଳେ  ନୂତନ ମୂଲ୍ୟ ୮୯ଟଙ୍କା ହେବ।  ପରିବାର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୮୯ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ଏହି ଯୋଜନା ପାଇଁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ବ୍ୟକ୍ତିଗତ ପ୍ରିପେଡ୍ (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୩୯ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହି ଯୋଜନା ୧୫୯ ଟଙ୍କାରେ ମିଳିବ।  ଯେତେବେଳେ କି ୩ ମାସର ଯୋଜନା ପାଇଁ, ବର୍ତ୍ତମାନ ୩୯୯ଟଙ୍କା ବଦଳରେ ୪୫୯ଟଙ୍କା ଦେବାକୁ ପଡ଼ିବ।  ବାର୍ଷିକ ଯୋଜନାର ମୂଲ୍ୟରେ ମଧ୍ୟ ଅଧିକ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ:ଅଯୋଧ୍ୟା ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ ବିଜେପି: ଯୋଗୀଙ୍କ ବଡ଼ ଘୋଷଣା

ବ୍ୟକ୍ତିଗତ ପ୍ରିପେଡ୍ (ବାର୍ଷିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯୦ ଟଙ୍କା ଥିଲା।  କିନ୍ତୁ ବର୍ତ୍ତମାନ ଏହି ଯୋଜନା ୨୦୦ ଟଙ୍କା ବ୍ୟୟବହୁଳ ହୋଇଛି। ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଏହି ଯୋଜନା ପାଇଁ ୧୪୯୦ ଟଙ୍କା ଦେବାକୁ ପଡିବ।

ଅବଶ୍ୟ, ଏହି ଦେୟ କେବଳ ସେହି ଉପଭୋକ୍ତାମାନଙ୍କୁ ଦେବାକୁ ପଡିବ ଯେଉଁମାନେ ଆଡ୍ ଫ୍ରି ୟୁଟ୍ୟୁବ୍ ସବସ୍କ୍ରିପସନ୍ କିଣୁଛନ୍ତି । ଏହାକୁ କିଣିବା ପରେ, ଉପଭୋକ୍ତା  ବିନା ବିଜ୍ଞାପନରେ  ୟୁଟ୍ୟୁବ୍  ଦେଖିପାରିଥାନ୍ତି। 

ଅଧିକ ପଢ଼ନ୍ତୁ:ମରାଠୀଙ୍କ ପ୍ରତି କଂଗ୍ରେସ ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆକ୍ରୋଶ ବଢ଼ିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe