ବଟରସ୍କଟ୍ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଳି ବାହାରିବା ପରେ କମ୍ପାନିର ପ୍ରତିକ୍ରିୟା

Advertisment
ବଟରସ୍କଟ୍ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଳି ବାହାରିବା ପରେ କମ୍ପାନିର ପ୍ରତିକ୍ରିୟା

ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ୟୁମୋ ବଟରସ୍କଟ୍ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଅର୍ଡର ଯେତେବେଳେ ଘରେ ପହଞ୍ଚିଥିଲା ଆଇସକ୍ରିମ କୋନ୍‌ରୁ ମାନବ ଆଙ୍ଗୁଳି ବାହାରିଥିବା ଡାକ୍ତର ମାଲାଦା ପୁଲିସରେ ଅଭିଯୋଗ କରିଥିଲେ। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମ‌ାଲଦା ପୁଲିସରେ ୟୁମୋ ଆଇସକ୍ରିମ କମ୍ପାନି ବିରୋଧରେ ଏକ ମାମଲା ଦାୟର କରାଯାଇଛି ଏବଂ ମାନବ ଆଙ୍ଗୁଳି ବାହାରିଥିବା ଆଇସକ୍ରିମ ନମୁନାକୁ ଫୋରେନସିକ୍ ଯାଞ୍ଚ୍‌ ପାଇଁ ପଠାଇ ଦିଆଯାଇଛି।

ଏହି ଘଟଣାରେ ୟାମୋ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ଗତକାଲି ଜଣେ ଗ୍ରାହକଙ୍କ ଠାରୁ ଆମେ ଆଇସକ୍ରିମରେ ମଣିଷର କଟା ଆଙ୍ଗୁଳି ବାହାରିଥିବାର ଅଭିଯୋଗ ପାଇଥିଲୁ। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଆମେ ତଦନ୍ତ ଆରମ୍ଭ କରି ଦେଇଛୁ। କାରଣ ଆମ କମ୍ପାନି ସାମଗ୍ରୀ ପ୍ରସ୍ତୁତ ବେଳେ ପ୍ରଥମେ ଖାଦ୍ୟର ଗୁଣବର୍ତ୍ତା ଓ ଏହା ଗ୍ରାହକଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ପ୍ରାଧାନ୍ୟ  ଦେଇଥାଏ। ଆମେ ଏହି ଯାଞ୍ଚରେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ ବି କରିବୁ।’

ଉଲ୍ଲେଖଯୋଗ୍ୟ, ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe