ଜୀ ସାର୍ଥକର ‘ନାଲି ବିନ୍ଦୁ’ ଅଭିଯାନ

Advertisment
ଜୀ ସାର୍ଥକର ‘ନାଲି ବିନ୍ଦୁ’ ଅଭିଯାନ

ଭୁବନେଶ୍ବର : ଓଡ଼ିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ। ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ। ଏହାର ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଓଡ଼ିଶାର ଗଣପର୍ବ ରଜପର୍ବରୁ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ଉକ୍ତ ଅଭିଯାନ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ ହୋଇଛି।

ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ। ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ।ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ କୁହନ୍ତି, ଓଡ଼ିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ। ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe