୧ କୋଟି ଲୋକ କିଣି ସାରିଲେଣି ହୋଣ୍ଡାର ଏହି ବାଇକ୍‌, ବିନା ଟଙ୍କାରେ ଗାଡ଼ି ପହଞ୍ଚୁଛି ଘରେ

୧ କୋଟି ଲୋକ କିଣି ସାରିଲେଣି ହୋଣ୍ଡାର ଏହି ବାଇକ୍‌, ବିନା ଟଙ୍କାରେ ଗାଡ଼ି ପହଞ୍ଚୁଛି ଘରେ

www.aajtak.in

ମୁମ୍ବାଇ: ଭାରତର ଦ୍ବିତୀୟ ବଡ଼ ବାଇକ୍‌ କମ୍ପାନି ହୋଣ୍ଡା ମଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର୍‌ ଭାରତରେ ତା’ର ସବୁଠାରୁ ଲୋକପ୍ରିୟ ବାଇକ୍‌ ସାଇନ୍‌ ଉପରେ ଜବରଦସ୍ତ ଅଫର୍‌ ନେଇକି ଆସିଛି। କମ୍ପାନି ନିଜର ଗ୍ରାହକମାନଙ୍କ ପାଇଁ ଦୀପାବଳି ଅବସରରେ ଜିରୋ ଡାଉନ୍‌ ପେମେଣ୍ଟ୍‌ ଓ ନୋ କଷ୍ଟ୍‌ ଇଏମ୍‌ଆଇ ଅଫର୍‌ ଲାଗୁ କରିଛି। ଏହାର ଅର୍ଥ ହେଉଛି ଆପଣ ପେମେଣ୍ଟ୍‌ ବିନା ହିଁ ହୋଣ୍ଡାର ସାଇନ୍‌ ମଡେଲ୍‌କୁ ନିଜ ଘରକୁ ନେଇ ଯାଇପାରିବେ। ଏ ନେଇ ଭାରତରେ ହୋଣ୍ଡା ସାଇନ୍‌ ଏବେ ସୁଦ୍ଧା ୧ କୋଟି ବିକ୍ରି ହୋଇ ସାରିଲାଣି। କମ୍ପାନି ଏହି ବାଇକ୍‌ ଉପରେ ଏବେ ଅନେକ ଅଫର୍‌ ପ୍ରଦାନ କରିଛି।

ହୋ‌ଣ୍ଡା ସାଇନ୍‌କୁ କିଣିଲେ ୫ ହଜାର ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର୍‌ ବି ରହିଛି। ହୋଣ୍ଡାଇ ସାଇନ୍‌ ଭାରତରେ ସବୁଠାରୁ ଅଧକ ବିକ୍ରି ହଉଥିବା ବାଇକ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଥିବା ଦମ୍‌ଦାର ଇଞ୍ଜିନ ସହ ଅନ୍ୟ ସବୁ ଆକର୍ଷଣୀୟ ଫିଚର୍‌ ପାଇଁ ଖୁବ୍ ପସନ୍ଦ କରାଯାଉଛି।

ହୋଣ୍ଡା ସାଇନ୍‌ର ବ୍ୟତୀତ ଅନ୍ୟ ସବୁ ବାଇକ୍‌ ଉପରେ ବି କମ୍ପାନି ଅଫର୍‌ ପ୍ରଦାନ କରୁଛି। ୫୦ ହଜାର ଟଙ୍କା ‌ଉପରେ କମ୍ପାନି ୫ ହଜାର ଟଙ୍କା କ୍ୟାସ୍‌ବ୍ୟାକ୍‌ ଅଫର୍‌ ବି ଦେଉଛି। ଏହାବ୍ୟତୀତ ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ୍‌ଙ୍କ ଗ୍ରାହକଙ୍କୁ କ୍ରେଡିଟ୍‌ କାର୍ଡରୁ ଇଏମ୍‌ଆଇ ପେମେଣ୍ଟ୍‌ କରିବା ଉପରେ ବି ରିହାତ ପ୍ରଦାନ କରୁଛି। ହୋଣ୍ଡା ବାଇକ୍‌ର ବିକ୍ରି ଭାରତରେ ଖୁବ୍ ଜୋର୍‌ରେ ବୃଦ୍ଧି ପାଉଥିବା ବେଳେ ସେପ୍ଟେମ୍ବର ମାସରୁ ଅଧିକ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe