ଜିରୋଧା ପ୍ରତିଷ୍ଠାତା ୫୦% ସମ୍ପତ୍ତି ଦାନ କରିବେ

Advertisment
ଜିରୋଧା ପ୍ରତିଷ୍ଠାତା ୫୦% ସମ୍ପତ୍ତି ଦାନ କରିବେ

Forbes India

ନୂଆଦିଲ୍ଲୀ : ମୋବାଇଲ୍ ଆପ୍ ଜିରୋଧା ଜରିଆରେ ଲୋକମାନଙ୍କୁ ଷ୍ଟକ ବଜାରରେ କାରବାର କରିବା ସୁବିଧା ପ୍ରଦାନ କରିଥିବା ନିତୀନ କାମାଥ ନିଜ ସମ୍ପତ୍ତିର ୫୦% ଦାନ କରିବେ ବୋଲି ଘୋଷଣା କରିଛନ୍ତି। ୨୦୧୦ରେ ଆମରିକାର ତିନି ଧନୀ ମାଇକ୍ରୋସପ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସ, ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସ ଓ ବିଶିଷ୍ଟ ନିବେଶକ ୱାରେନ୍ ବଫେ ଗଠନ କରିଥିବା ‘ଦି ଗିଭିଂ ପ୍ଲେଜ୍‌’ (ଦାନ ପାଇଁ ସଂକଳ୍ପ)କୁ ସେ ସମର୍ଥନ କରିଛନ୍ତି। ଭାରତର ଚତୁର୍ଥ ଧନୀ ଭାବେ ସେ ଏହି ସଂକଳ୍ପ ନେଇଛନ୍ତି। ଏହା ପୂର୍ବରୁ ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀ, ବାୟୋକନ୍ ମୁଖ୍ୟ କିରଣ ମଜୁମଦାର ସ’ଓ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତ ରୋହିଣୀ ଓ ନନ୍ଦନ ନିଲେକାନି ଏହି ସଂକଳ୍ପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe