India Today
ନୂଆଦିଲ୍ଲୀ, ୧/୧: ବିଶ୍ବରେ ଲୋକମାନେ ନୂଆବର୍ଷ ୨୦୨୩କୁ ସ୍ବାଗତ କରିବା ପାଇଁ ୨୦୨୨ ମସିହାର ଶେଷଦିନରେ ଉତ୍ସବ ପାଳନ କରିବା ବେଳେ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଦିନକ ପାଇଁ ଡେଲିଭରି ଏଜେଣ୍ଟ ଭାବେ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମ ଅର୍ଡରଟି ତାଙ୍କର ଜୋମାଟୋ ମୁଖ୍ୟାଳୟର ଥିଲା। ସେଠାରେ ସେ ଖାଦ୍ୟ ପହଞ୍ଚାଇବାର ଫଟୋ ଟ୍ବିଟ୍ କରିଛନ୍ତି। କମ୍ପାନିର ଲୋଗୋ ଥିବା ନାଲି ରଙ୍ଗର ହୁଡି ପିନ୍ଧିବା ସହିତ ହାତରେ କେତୋଟି ଖାଦ୍ୟ ପ୍ୟାକେଟ ଧରିଥିବା ସେହି ଫଟୋରେ ଦେଖାଯାଇଛି। କେବଳ ସେତିକି ନୁହେଁ, ଗ୍ରାହକଙ୍କୁ ଖାଦ୍ୟ ପହଞ୍ଚାଇବାର ଅଭିଜ୍ଞତା ମଧ୍ୟ ଆଉ କେତେକ ଟ୍ବିଟ୍ରେ ଲୋକଙ୍କ ସମ୍ମୁଖରେ ରଖିଛନ୍ତି। ୪ଟି ଅର୍ଡର ଡେଲିଭର କରିଲି। ଗୋଟିଏ ଅର୍ଡର ଏକ ବୟସ୍କ ଦମ୍ପତିଙ୍କ ନିକଟରେ ପହଞ୍ଚାଇଥିଲି। ସେହି ଦମ୍ପତି ସେମାନଙ୍କ ନାତିନାତୁଣୀଙ୍କ ସହ ନୂଆବର୍ଷ ପାଇଁ ଉତ୍ସବ ମନାଉଥିଲେ ବୋଲି ସେ ଲେଖିଛନ୍ତି। ଲୋକମାନେ ନୂଆବର୍ଷ ଉତ୍ସବ ପାଳନ କରୁଥିବାରୁ ଅନଲାଇନ୍ରେ ଖାଦ୍ୟ ବୁକ୍ କରି ପହଞ୍ଚାଉଥିବା କମ୍ପାନିଙ୍କ ଅର୍ଡର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/01/65f4sh65sf46sf5h4sf65h.jpg)