ଏବେ ଡ୍ରୋନ୍‌ ସାହାଯ୍ୟରେ ମାତ୍ର ୧୫ମିନିଟ୍‌ରେ ଖାଦ୍ୟ ପହଞ୍ଚାଇବ ଜୋମାଟୋ

Advertisment
ଏବେ ଡ୍ରୋନ୍‌ ସାହାଯ୍ୟରେ ମାତ୍ର ୧୫ମିନିଟ୍‌ରେ ଖାଦ୍ୟ ପହଞ୍ଚାଇବ ଜୋମାଟୋ

Sabre

ନୂଆଦିଲ୍ଲୀ: ୩୦ମିନିଟ୍‌ରେ ଘରକୁ ଖାଦ୍ୟ ପହଞ୍ଚାଇବା ଖବର ଏବେ ପୁରୁଣା ହୋଇଗଲାଣି। ଖାଦ୍ୟ ଡେଲିଭରି କରୁଥିବା କମ୍ପାନିମାନେ ଲୋକଙ୍କ ପାଖରେ କିପରି ସୁବିଧା ଓ ଶୀଘ୍ର ଅର୍ଡର ପହଞ୍ଚି ପାରିବ ସେ ନେଇ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ନୂଆନୂଆ ଶୈଳୀ ଆପଣାଇବା ହେତୁ ଏବେ ମାତ୍ର ୧୫ ମିନିଟ୍‌ରେ ଆପଣଙ୍କ ପାଖରେ ଅର୍ଡର କରିଥିବା ଖାଦ୍ୟ ଆସି ପହଞ୍ଚିଯିବ ବୋଲି ଖବର ମିଳିଛି।

ରିପୋର୍ଟ ଅନୁସାରେ ଅନଲାଇନ ଫୁଡ ଅଡରିଙ୍ଗ ପ୍ଲାଟଫର୍ମ ଜୋମାଟୋ ଖୁବ୍‌ଶୀଘ୍ର ଡ୍ରୋନ୍‌ ଜରିଆରେ ଆପଣଙ୍କ ଅର୍ଡର ପହଞ୍ଚାଯିବ। କମ୍ପାନି ନିକଟରେ ଡ୍ରୋନ୍‌ ଡେଲିଭରିକୁ ସଫଳତା ସହ ଟ୍ରାଏଲ ପୂରା କରିଛି। କମ୍ପାନି ଅନୁସାରେ, ଆମର ୩୦ମିନିଟର ଏହି ଟ୍ରାଏଲରେ ଡ୍ରୋନ୍‌ ରେସ୍ତୋରାଁରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ୧୫ ମିନିଟରୁ ବି କମ୍‌ ସମୟରେ ଡେଲିଭରି ପୂରା କରିଛି। ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି ଅଟେ।

publive-image Business Standard

କମ୍ପାନି ଫାଉଣ୍ଡର ଓ ସିଇଓ ଦୀପିନ୍ଦର ଗୋଏଲଙ୍କ କହିବାନୁସାରେ, ଏହି ହାଇବ୍ରିଡ୍‌ ଡ୍ରୋନ୍‌ ୫କିମିର ଯାତ୍ରା ୧୦ମିନିଟ୍‌ରେ ପୂରା କରିଛି। ଏହାର ସ୍ପିଡ୍‌ ୮୦କିମି ପ୍ରତିଘଣ୍ଟା ରହିଛି। ଏହି ସମୟରେ ଡ୍ରୋନ୍‌ ୫ କେଜି ଓଜନର ଅର୍ଡର ଡେଲିଭରି କରିଥିଲା। ଆଗାମୀ ଦିନରେ ଦିଲ୍ଲୀ ଓ ବଡ଼ ମହାନଗରରେ କମ୍ପାନି ଏହାକୁ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe