Image Courtesy of Zee News
ନୂଆଦିଲ୍ଲୀ: ଫାଇଜର୍ କରୋନାଭାଇରସ୍ ଟିକା ୯୦% ଫଳପ୍ରଦ ହୋଇଥିବା କଥା ଘୋଷିତ ହେବା ପରେ ଦୈନିକ ପ୍ରାୟ ୩୦୦ ନିୟୁତ ବ୍ୟବହାରକାରୀ ଥିବା ଭିଡିଓ କନ୍ଫରେନ୍ସିଙ୍ଗ୍ ଆପ୍ ‘ଜୁମ୍’ର ସେୟାର୍ ଦର ହ୍ରାସ ପାଇଛି।
ଏବର୍ଷ ଏପ୍ରିଲ୍ ମାସରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଆପ୍ ‘ଜୁମ୍’ର ଦୈନିକ ବ୍ୟବହାରକାରୀଙ୍କ ସଂଖ୍ୟା ବ୍ୟାପକ ବୃଦ୍ଧି ପାଇଥିଲା। ୨୦୧୯, ଡିସେମ୍ବରରେ ପ୍ରାୟ ୧୦ ନିୟୁତ ଦୈନିକ ବ୍ୟବହାରକାରୀ ଥିବାବେଳେ ମାର୍ଚ ମାସରେ ‘ଜୁମ୍’ ୨୦୦ ନିୟୁତ ଦୈନିକ ବ୍ୟବହାରକାରୀ ରେକର୍ଡ କରିଥିଲା।
ଏକ ବ୍ଲଗ୍ରେ ଏହି ସୂଚନାକୁ ସୁନିଶ୍ଚିତ କରିବା ସହ ‘ଜୁମ୍’ ମଧ୍ୟ ସ୍ପଷ୍ଟ କରିଥିଲା ଯେ, ଦୈନିକ ବୈଠକ ଆଧାରରେ ଦିନକର ବ୍ୟବହାରକାରୀଙ୍କ ସଂଖ୍ୟା ଗଣନା କରାଯାଏ।
Image Courtesy of The Independanceସୋମବାର ଦିନ ‘ଫାଇଜର୍’ର ଘୋଷଣା ପରେ ପ୍ରି-ମାର୍କେଟ୍ ଟ୍ରେଡିଙ୍ଗ୍ରେ ‘ଜୁମ୍’ର ସେୟାର୍ ୧୫% ହ୍ରାସ ପାଇଛି। ୨୦୨୦ରେ ୬୩୫% ହୋଇଯାଇ ଥିବା ‘ଜୁମ୍’ର ସେୟାର୍ ପୁଣି ଏବର୍ଷ ସେପ୍ଟେମ୍ବର ମାସର ସ୍ଥିତିକୁ ଫେରିଯାଇଛି।
ସଫଳ କରୋନାଭାଇରସ୍ ଟିକା ଯୋଗୁଁ ଲକ୍ଡାଉନ୍ କଟକଣା କୋହଳ ହେବ ଏବଂ ଅଫିସ୍ ବୈଠକ ସବୁ ‘ଭର୍ଚୁଆଲ୍’ ନ ହୋଇ ‘ଫିଜିକାଲ୍’ ହେବ। ଏହି କାରଣରୁ ଭିଡିଓ କନ୍ଫରେନ୍ସିଙ୍ଗ୍ ଆପ୍ର ସେୟାର୍ ଦର ହ୍ରାସ ପାଇଥିବା ଅନୁମାନ କରାଯାଉଛି।
ଅଫିସ୍ ବୈଠକ ନିମନ୍ତେ ଜୁମ୍ ଆପ୍ ନିରାପଦ ନୁହେଁ ବୋଲି ମଧ୍ୟ ଏବର୍ଷ ପ୍ରାରମ୍ଭରେ ଭରତ ସରକାରଙ୍କ ସମେତ ଅନ୍ୟମାନେ ସେମାନଙ୍କର କର୍ମଚାରୀଙ୍କୁ ସତର୍କ କରାଇ ଦେଇଥିଲେ।
Follow Us