ଅମ୍ବାନି, ଆଦାନିଙ୍କଠୁ ଜୁକରବର୍ଗ ଗରିବ

Advertisment
ଖାଲି ଦେଖିବା ପାଇଁ ସୋସିଆଲ୍‌ ମିଡିଆ ଭଲ ନୁହେଁ: ଜୁକରବର୍ଗ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ର ମାଲିକାନା ରଖିଥିବା ସଂସ୍ଥା ମେଟାର ସେୟାର ମୂଲ୍ୟରେ ୨୬% ଭଳି ବଡ଼ ଧରଣର ହ୍ରାସ ଘଟିଥିବାରୁ କଂପାନିର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିପୁଳ କ୍ଷତି ସହିଛନ୍ତି। ତାଙ୍କ ସମ୍ପତ୍ତି ୨,୯୦୦ କୋଟି ଡଲାର ହ୍ରାସ ପାଇଛି। ଏତେ ସମ୍ପତ୍ତି ହରାଇବା ପରେ ସେ ଭାରତର ଦୁଇ ପ୍ରମୁଖ ଧନୀ ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଠାରୁ ଗରିବ ହୋଇଯାଇଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ପରିମାଣ ୮,୪୮୦ କୋଟି ଡଲାରକୁ ହ୍ରାସ ପାଇଛି।

ବିଶ୍ବ ଧନୀ ତାଲିକାରେ ଗୌତମ ଆଦାନି ଓ ତାଙ୍କ ପରିବାର ୯,୦୮୦ କୋଟି ଡଲାର ସମ୍ପତ୍ତି ସହିତ ଦଶମ ସ୍ଥାନରେ ଥିବା ବେଳେ ୮,୯୨୦ କୋଟି ଡଲାର ସମ୍ପତ୍ତି ସହିତ ମୁକେଶ ଅମ୍ବାନି ୧୧ତମ ସ୍ଥାନରେ ରହିଛନ୍ତି। ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ସର୍ବାଧିକ ୨୩,୨୩୦ କୋଟି ଡଲାର ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ଥିବା ବେଳେ ଫ୍ରାନ୍ସର ଲକ୍‌ଜୁରି ବ୍ରାଣ୍ଡ୍‌ ଏଲ୍‌ଭିଏମ୍‌ଏଚ୍‌ର ମୁଖ୍ୟ ବର୍ନାଡ ଆର୍ନଲ୍‌ଟଙ୍କ ସମ୍ପତ୍ତି ପରିମାଣ ୧୯,୦୫୦ କୋଟି ଡଲାର ରହିଛି। ସେ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆମାଜନ୍‌ର ଜେଫ୍‌ ବେଜୋସ୍‌ ୧୬,୪୮୦ କୋଟି ଡଲାର ସମ୍ପତ୍ତି ମାଲିକ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଆମେରିକା କର୍ପୋରେଟ୍ ଇତିହାସରେ ଚମତ୍କାର ଘଟଣା ଘଟିଛି। ଗୋଟିଏ ଦିନରେ ଜୁକରବର୍ଗ ସର୍ବାଧିକ କ୍ଷତି ସହିଥିବା ବେଳେ ବେଜୋସ୍ ଗୋଟିଏ ଦିନରେ ନିଜ ସମ୍ପତ୍ତିରେ ରେକର୍ଡ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe