ଇରାନରୁ ତେଲ କିଣା ବନ୍ଦ

Advertisment
ଇରାନରୁ ତେଲ କିଣା ବନ୍ଦ

ୱାସିଂଟନ: ଆମେରିକା ପକ୍ଷରୁ ଦିଆଯାଇଥିବା ରିହାତି ସମୟ ଶେଷ ହୋଇଯିବା ପରେ ଭାରତ ତରଫରୁ ଇରାନରୁ ତେଲ କିଣିବା ବନ୍ଦ କରିଦିଆଯାଇଛି। ଆମେରିକା ଚାପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେବଳ ଭାରତ ନୁହେଁ, ଗ୍ରିସ, ଇଟାଲି, ତାଇୱାନ ଓ ତୁର୍କୀ ମଧ୍ୟ ଇରାନରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି। ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଥିଲା। ଏହା ଶସ୍ତାରେ ଉପଲବ୍ଧ ହେଉଥିଲା ଏବଂ ଭାରତର ତେଲ ବିଶୋଧନ କରୁଥିବା କଂପାନିଗୁଡ଼ିକୁ ଏହା ମାଗଣା ବୀମା ଏବଂ ବାକିରେ ତେଲ ଯୋଗାଉଥିଲା। ମାତ୍ର ଇରାନ ଉପରେ ଆମେରିକା ତରଫରୁ କଟକଣା ଲାଗୁ କରାଯିବା ପରେ ଭାରତ ପକ୍ଷରୁ ଇରାନରୁ ତେଲ କିଣିବା କମାଇ ଦିଆଯାଇଥିଲା। ତେବେ ଭାରତ ସମେତ ୮ଟି ଦେଶକୁ ଇରାନ ଠାରୁ କିଛି ମାସ ପର୍ଯ୍ୟନ୍ତ ତେଲ କିଣିବାକୁ ଆମେରିକା ଅନୁମତି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe