ଏୟାରସେଲ୍‌ ମିଶ୍ରଣରୁ ଓହରିଲା ରିଲାଏନ୍ସ

Advertisment
ଏୟାରସେଲ୍‌ ମିଶ୍ରଣରୁ ଓହରିଲା ରିଲାଏନ୍ସ

ଭୁବନେଶ୍ୱର: ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ ଏବଂ ଏୟାରସେଲ୍‌ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ ମିଶ୍ରଣ ରଦ୍ଦ ହୋଇଛି। ଏହି ମିଶ୍ରଣ ପ୍ରକ୍ରିୟାରୁ ରିଲାଏନ୍ସ ଓହରିଯାଇଛି। ଏହାର କାରଣ ବିଷୟରେ କଂପାନି ପକ୍ଷରୁ କୁହାଯାଇଛି ଯେ ଦୂରସଂଚାର ଶିଳ୍ପରେ ଲାଗି ରହିଥିବା ଅନିଶ୍ଚିତତା, ନୀତି ନିୟମ ଏବଂ ନିୟାମକ ପ୍ରତିବନ୍ଧକ ଆଦିକୁ ଦୃଷ୍ଟିରେ ରଖି କଂପାନି ମିଶ୍ରଣକୁ ବାତିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ରିଲାଏନ୍ସ ଏବେ ଏହାର ମୋବାଇଲ୍‌ କାରବାର ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ବିଚାର କରିବ। ରିଲାଏନ୍ସ ଉପରେ ବିପୁଳ ଋଣ ବୋଝ ରହିଛି। ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ମିଶ୍ରଣ ବାତିଲ ହେବା ଦ୍ୱାରା ରିଲାଏନ୍ସ ଅଧିକ ପ୍ରଭାବିତ ହେବ କାରଣ କଂପାନିର ବ୍ୟବସାୟରେ ଉନ୍ନତି ପାଇଁ ଏହି ମିଶ୍ରଣ ଏକ ଆଶା ଭାବେ ଉଭା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe