ଜୟପୁରିଆ ବି-ସ୍କୁଲ୍‌ ସମାବର୍ତ୍ତନ ଉତ୍ସବରେ ନାଲ୍‌କୋ ଅଧ୍ୟକ୍ଷ

Advertisment
ଜୟପୁରିଆ ବି-ସ୍କୁଲ୍‌ ସମାବର୍ତ୍ତନ ଉତ୍ସବରେ ନାଲ୍‌କୋ ଅଧ୍ୟକ୍ଷ

ଭୁବନେଶ୍ୱର: ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ଜୟପୁରିଆ ଅଟୋନମସ୍‌ ମ୍ୟାନେଜମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ ନୂତନ ଭାରତ ଗଠନ ପାଇଁ ଦରକାର ହେଉଥିବା ପରିବର୍ତ୍ତନ ପାଇଁ ଯୁବ ପିଢ଼ି କାମ କରିବା ଦରକାର। ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବାକୁ ସେ ଆହ୍ଵାନ ଦେଇଛନ୍ତି। ସକାରାତ୍ମକ ମନୋଭାବ ରଖିବା ଏବଂ ମନକୁ ସବୁ ବେଳେ ଖୋଲା ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଗିନି ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଶରଦ ଜୟପୁରିଆ, ପ୍ରଶାସକ ବିନୋଦ ମଲହୋତ୍ରା, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗୁଡ୍‌ ଗଭର୍ଣ୍ଣାସର ସିଇଓ ହରିସ୍‌ ଦୁଆ ଏବଂ ନିର୍ଦେଶକ ଡକ୍ଟର ସରୋଜ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe