‘ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ’ର ସମାବର୍ତ୍ତନ ଉତ୍ସବ

Advertisment

ଭୁବନେଶ୍ବର: ପଶ୍ଚିମ ବଙ୍ଗର ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଶ୍ଚିମ ବଙ୍ଗର ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀ ଛାତ୍ର ବୃତ୍ତି ବିଷୟରେ ଘୋଷଣା କରାଯାଇଛି। ଏହି ଅବସରରେ ଆଇଆଇଟି, ଆଇଏସ୍‌ଆଇ, ଆଇଆଇଏମ୍ ଭଳି ସଂସ୍ଥାର ନିର୍ଦେଶକ ଓ ପ୍ରଫେସରଙ୍କ ସମେତ ଏୟାର ଚିଫ୍‌ ମାର୍ଶଲ ଅରୁପ ରାହା ଓ ପଦ୍ମଶ୍ରୀ ବିମଳ ରାୟ ମଧ୍ୟ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟର କୁଳାଧିପତି ଡକ୍ଟର ଗୌତମ ରାୟ ଚୌଧୁରୀ କହିଛନ୍ତି ଯେ, ପ୍ରତିବର୍ଷ ଆମେ ଶିକ୍ଷା କ୍ଷେତ୍ରରେ ନୂତନ ଶିଖର ହାସଲ କରିବାକୁ ଉଦ୍ୟମ କରୁଛୁ। ଆମେ ଭାରତକୁ ବିଶ୍ବର ଲୋକପ୍ରିୟ ଶିକ୍ଷା ହବ୍‌ରେ ପରିଣତ କରିବାକୁ ଚାହୁଛୁ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟର ସୁକୁମାର ମୁଖାର୍ଜୀ, ପଣ୍ଡିତ ଅଜୟ ଚକ୍ରବର୍ତୀ ଏବଂ ପ୍ରଫେସର ସ୍ପର୍ଶ ମଣି ଚାଟାର୍ଜୀଙ୍କୁ ‘ଡକ୍ଟର ଅଫ୍ ଲେଟର୍ସ’ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe