ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ୭୩. ୭୧ ପହଞ୍ଚିଲା

Advertisment
ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ୭୩. ୭୧ ପହଞ୍ଚିଲା

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇ ଆମେରିକୀୟ ଡଲାର୍‌ ତୁଳନାରେ ୭୩. ୭୧ରେ ପହଞ୍ଚିଛି। ଏହାକୁ ନିୟନ୍ତ୍ରଣ କରିବା ଉଦ୍ୟମରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ତୈଳ ବିପଣନକାରୀ କମ୍ପାନିଙ୍କ (ଓଏମ୍‌ସି) ନିମନ୍ତେ ବୈଦେଶିକ ବିନିମୟ ନୀତି ସରଳ କରିବାକୁ ଘୋଷଣା କରିଛି। ବୁଧବାର ଦିନ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୭୩/-।

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରୁ ତେଲ କମ୍ପାନିମାନେ ଡଲାର୍‌ ଚାହିଦା ବଢ଼ାଇ ଦେଇଛନ୍ତି। ଏବେ ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୮୫ ଡଲାରରେ ବିକ୍ରୟ କରାଯାଉଛି। ଡଲାର୍‌ ବାହାରି ଯାଉଥିବାରୁ ଟଙ୍କାର ମୂଲ୍ୟ ହ୍ରାସ ପାଇ ଆମେରିକୀୟ ଅର୍ଥନୀତିକୁ ସୁଦୃଢ଼ କରୁଛି।

ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏଥି ନିମନ୍ତେ ଆଜି ଏକ ଇଣ୍ଟର୍‌-ମିନିଷ୍ଟରିଆଲ୍‌ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ଟଙ୍କାର ମୂଲ୍ୟ ହ୍ରାସ ଏବଂ ବଢ଼ି ଚାଲିଥିବା ନିଅଣ୍ଟିଆ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହେବ।

ତୈଳ ଦର ବୃଦ୍ଧି ଇକ୍ୟୁଟି ମାର୍କେଟ୍‌କୁ ମଧ୍ୟ ପ୍ରଭାବିତ କରୁଛି। ଆଜି ଷ୍ଟକ୍‌ ମାର୍କେଟ୍‌ରେ ବ୍ୟବସାୟ ଆରମ୍ଭ ହେବା ମାତ୍ରେ ସେନ୍‌ସେକ୍‌ସ୍‌ ୮୦୦ରୁ ଅଧିକ ପଏଣ୍ଟ୍‌ କମିବା ସହ ନିଫ୍‌ଟି ୨. ୪୦ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe