India Posts English
ନୂଆଦିଲ୍ଲୀ: ତାମିଲ ସିନେମା ପ୍ରଯୋଜକ ଓ ଅର୍ଥ ଲଗାଣକାରୀଙ୍କ ଠିକଣାରେ ଆୟକର ବିଭାଗ ଚଢ଼ଉ କରି ୨୦୦ କୋଟି ଟଙ୍କାରୁ ଅଧିକ କଳାଟଙ୍କା ଠାବ କରିଛି। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ସିବିଡିଟି ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଗତ ୨ ତାରିଖରେ ତାମିଲ ସିନେମା ପ୍ରଯୋଜକ, ବତରଣକାରୀ ଏବଂ ଅର୍ଥଲଗାଣକାରୀଙ୍କ ୪୦ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଥିଲା। ଚେନ୍ନାଇ ସମେତ ମଦୁରାଇ, କୋଏମ୍ବାଟୋର ଏବଂ ଭେଲୋର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଥିଲା। ୨୬ କୋଟି ଟଙ୍କାର ଅଘୋଷିତ ନଗଦ ଅର୍ଥ, ୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ମଧ୍ୟ ଏହି ଚଢ଼ଉ ବୋଲି ଜବତ କରାଯାଇଛି ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କଳାଟଙ୍କା ଠାବ ହୋଇଥିବା ସିବିଡିଟି କହିଛି। ଆକାଉଣ୍ଟ ବାହାରେ ହେଉଥିବା କାରବାର ସଂପର୍କିତ ଏକାଧିକ ଦସ୍ତାବିଜ୍, ଡିଜିଟାଲ ଉପକରଣ ଆଦିକୁ ମଧ୍ୟ ଜବତ କରାଯାଇଛି।
ସିନେମା ପ୍ରୟୋଜକ ସଂସ୍ଥା ବିପୁଳ ପରିମାଣର ଟିକସ ଫାଙ୍କିଛନ୍ତି। ସିନେମା ଜରିଆରେ ଯେତିକି ଟଙ୍କାର ଆୟ କରାଯାଇଛି ତାଠାରୁ କମ୍ ରାଶି ଆକାଉଣ୍ଟରେ ଦର୍ଶାଯାଇଛି। ତେଣୁ ଏସବୁ ଅର୍ଥକୁ ବିଭିନ୍ନ ଲୁକ୍କାୟିତ ସ୍ଥାନରେ ନିବେଶ କରାଯିବା ସହିତ ଲୁକ୍କାୟିତ ଭାବେ ପଇଠ ମଧ୍ୟ କରାଯାଇଛି। ସିନେମା ହଲ୍ରୁ ହେଉଥିବା ଆୟକୁ ବିତରକମାନେ ଚାପି ଦେଉଥିଲେ। ଫଳରେ ସିନେମାର ବାସ୍ତବ ଆୟ କମ୍ ଦର୍ଶାଯାଉଥିଲା।
Follow Us