ନୂଆଦିଲ୍ଲୀ,: ଓଡ଼ିଶାର ଖଣି ଲିଜ୍ଧାରୀମାନଙ୍କ ସହ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦୁଇ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଲିଜ୍ରେ ଯେଉଁ ପରିମାଣର ଖଣି ଖନନ ଅନୁମତି ମିଳିଛି ତଦନୁସାରେ ଖନନ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ବେଆଇନ ଖଣି ଖନନ ପାଇଁ ଶତ ପ୍ରତିଶତ ଜରିମାନା ପୈଠ କରିପାରି ନଥିବା ଖଣି ଲିଜ୍ଧାରୀମାନେ ପୁନର୍ବାର ସେମାନଙ୍କ ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରିବା ପାଇଁ ମନ୍ତ୍ରୀ ଶ୍ରୀ ତୋମାର ଲିଜ୍ଧାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତବର୍ଷ ଅଗଷ୍ଟ ୨ ତାରିଖରେ ଓଡ଼ିଶାର ବେଆଇନ ଖଣି ଖନନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁଁ ଫେଡେରେସନ ଅଫ ଇଣ୍ଡିଆନ୍ ମିନେରାଲ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନଠାରେ ଓଡ଼ିଶାର ଖଣି ଲିଜ୍ଧାରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ତୋମାର ବୈଠକ କରିଥିଲେ।
ତୋମର୍ଙ୍କ ସହ ଖଣି ଲିଜ୍ଧାରୀଙ୍କ ଆଲୋଚନା
Advertisment
Follow Us