ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ଥିବା ସରକାରୀ ବ୍ୟାଙ୍କଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ସବୁ ବ୍ୟାଙ୍କର ମାଲିକାନା ଅଂଶଧନକୁ ସରକାର ବିକିବା ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ପାଇଁ ବ୍ୟାଙ୍କ ଅଂଶଧନ ବିକ୍ରି କରାଯିବ।ଏହି ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏ ସଂକ୍ରାନ୍ତରେ ଆସନ୍ତା ଜୁଲାଇ ୫ରେ ଉପସ୍ଥାପନ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ରେ ମଧ୍ୟ ଘୋଷଣା ହୋଇପାରେ। ଅଂଶଧନ ବିକ୍ରିର ସମ୍ପୂର୍ଣ୍ଣ ରୂପରେଖ ସାମ୍ନାକୁ ଆସିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବଳ ବ୍ୟାଙ୍କଗୁଡ଼ିକର ମାଲିକାନା ଅଂଶଧନକୁ ସରକାର ବିକିବାକୁ ଚାହୁଛନ୍ତି। ଅର୍ଥାତ ଏହି ବ୍ୟାଙ୍କଗୁଡ଼ିକର ମାଲିକାନା ଅନ୍ୟ ହାତକୁ ଚାଲିଯିବ।
ଦୁର୍ବଳ ସରକାରୀ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
Advertisment
Follow Us