ପାଇପ୍‌ଲାଇନ୍‌ ସୁରକ୍ଷା ପାଇଁ ଇଣ୍ଡିଆନ୍‌ ଅଏଲ୍‌ର ସଚେତନତା ଅଭିଯାନ

Advertisment
ପାଇପ୍‌ଲାଇନ୍‌ ସୁରକ୍ଷା ପାଇଁ ଇଣ୍ଡିଆନ୍‌ ଅଏଲ୍‌ର ସଚେତନତା ଅଭିଯାନ

ଭୁବନେଶ୍ୱର: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ ପକ୍ଷରୁ ପାରାଦୀପ-ଦଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ଲାଇନ୍‌ର ସୁରକ୍ଷା ପାଇଁ ଏକ ଜନ ଜାଗରଣ ଅଭିଯାନ ଆରମ୍ଭ କରାଯାଇଛି। ପାରାଦୀପ ସହରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କଂପାନିର ସିଜିଏମ୍‌ ଏନ୍‌ ଏସ୍‌ କୁମାର ଏହି ଅବସରରେ ତିନିଟି ଭ୍ୟାନ୍‌କୁ ଉନ୍ମୋଚନ କରିଛନ୍ତି। ଭ୍ୟାନ୍‌ଗୁଡ଼ିକରେ ସଚେତନତା ବାର୍ତା ଥିବା ଲେଖା ଓ ଭିଡିଓ ରହିଛି। ଏହି ଭ୍ୟାନ୍‌ଗୁଡ଼ିକ ରାଜ୍ୟର ଚାରିଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ୧୫ ଦିନ ଭ୍ରମଣ କରି ସଚେତନତା ବାର୍ତା ବାଣ୍ଟିବେ । ଏହି ଅବସରରେ କଂପାନିର ମହାପ୍ରବନ୍ଧକ ପି ଭି ଅରବିନ୍ଦକସନ, ମହାପ୍ରବନ୍ଧକ ଏଲ୍‌ କେ ଝା, ଉପମହାପ୍ରବନ୍ଧକ ଆଲୋକ ସାହୁ ଏବଂ ପ୍ରବନ୍ଧକ (ଅପରେସନ) ରାକେଶ କୁମାର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe