Image Courtesy of Deccan Herald
ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ବୁଧବାରଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୩-୨୪ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ସରକାର ଏଥିରେ କେତେକ ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି । କିନ୍ତୁ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ କହିଛନ୍ତି ଯେ ସରକାର ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ଘୋଷଣା କରିବାର ସମ୍ଭାବନା କମ । କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଏକ କାମଚଳା ବଜେଟ ଆସିବ ।
ଗଣମାଧ୍ୟମକୁ ସେ କହିଛନ୍ତି, “ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣ ବଜେଟ୍ । ମୁଁ ଭାବୁନାହିଁ ଯେ ସରକାର ନିର୍ବାଚନକୁ ଦେଖି ବଜେଟ ପ୍ରସ୍ତୁତ କରିବେ କାରଣ ଶେଷରେ ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆସିବାକୁ ପଡିବ । ଯଦି ସରକାର ତଥାପି ଅନୁଭବ କରନ୍ତି ଯେ ଏହାକୁ କିଛି ଲୋକାଭିମୁଖୀ ଯୋଜନା ରଖିବାକୁ ପଡିବ, ତେବେ ମଧ୍ୟବର୍ତ୍ତୀକାଳୀନ ବଜେଟରେ ତାହା କରିପାରନ୍ତି ।“
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ସମ୍ଭବ ଯେ ଏଥିରେ ଅନେକ ବଡ଼ ସଂସ୍କାର ଘୋଷଣା କରାଯିବ ନାହିଁ, କିନ୍ତୁ ଏହା ସତ୍ତ୍ୱେ ଆପଣ ଏଥିରେ ସରକାରଙ୍କ ନୀତିର ସଙ୍କେତ ଦେଖିପାରିବେ ।
Follow Us