ବେକାରି ହାର ୭.୮%କୁ ବୃଦ୍ଧି: ସିଏମ୍‌ଆଇଇ, ଓଡ଼ିଶାର ବେକାରି ହାର ୧.୫%

ଅଧା କର୍ମଚାରୀଙ୍କୁ ନିଯୁକ୍ତି ସୁରକ୍ଷା ଚିନ୍ତା: ରିଅଲ ଇଷ୍ଟେଟ୍‌, ନିର୍ମାଣ ଶିଳ୍ପ କର୍ମଚାରୀ ଅଧିକ ଚିନ୍ତାରେ

Unemployed Tired or stressed businessman sitting on the walkway after work Stressed businessman concept

ମୁମ୍ବାଇ: ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶର ବେକାରି ହାର ୭.୮%କୁ ବୃଦ୍ଧି ପାଇଛି। ସହରାଞ୍ଚଳ ବେକାରି ହାର ସର୍ବାଧିକ ୯.୨% ରହିଥିବା ବେଳେ ଗ୍ରାମାଞ୍ଚଳରେ ତାହା ୭.୨% ରହିଛି ବୋଲି ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ଏହାର ରିପୋର୍ଟରେ ଜଣାଇଛି। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ ଓଡ଼ିଶାରେ ‌ଏପ୍ରିଲ୍‌ରେ ବେକାରି ହାର ୧.୫% ରହିଛି। ମାର୍ଚ୍ଚରେ ତାହା ୯.୭% ଭଳି ଉଚ୍ଚ ସ୍ତରରେ ଥିଲା। ଅବଶ୍ୟ ଫେବ୍ରୁଆରିରେ ଓଡ଼ିଶାର ବେକାରି ହାର ସାରା ଦେଶରେ ସର୍ବନିମ୍ନ ୧% ରହିଥିଲା। ଏପ୍ରିଲ୍‌ରେ ସର୍ବଭାରତୀୟ ସ୍ତରରେ ହରିୟାଣାର ବେକାରି ହାର ସର୍ବାଧିକ ୩୪.୫% ଥିବା ବେଳେ ରାଜସ୍ଥାନର ୨୮.୮%, ବିହାରର ୨୧.୮%, ଜାମ୍ମୁ ଓ କାଶ୍ମୀରର ୧୫.୨ ପ୍ରତିଶତ, ଗୋଆର ୧୫.୫%, ତ୍ରିପୁରାର ୧୪.୬%, ଝାଡ଼ଖଣ୍ଡର ୧୪.୨% ଓ ଦିଲ୍ଲୀର ବେକାରି ହାର ୧୧.୨% ରହିଛି। ଏହି ମାସରେ ହିମାଚଳପ୍ରଦେଶର ବେକାରି ହାର ସର୍ବନିମ୍ନ ୦.୨% ଥିବା ବେଳେ ଛତିଶଗଡ଼ର ୦.୬% ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe