ଭୁବନେଶ୍ୱର: ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ସହାୟତା ନିମନ୍ତେ ବେଦାନ୍ତର ଆଲୁମିନିୟମ୍ ପକ୍ଷରୁ ୨୪.୩ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି। କଂପାନିର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ ୟୁନିଟ୍ର କର୍ମଚାରୀମାନେ ଗୋଟିଏ ଦିନର ଦରମା ଦାନ କରିଛନ୍ତି। କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଆଲୁମିନିୟମ୍ ଏବଂ ପାୱାର) ଅଜୟ କପୁର କହିଲେ ଯେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଆମେ ରାଜ୍ୟ ପ୍ରଶାସନ ତଥା ଜନସାଧାରଣଙ୍କ ସାଙ୍ଗରେ ରହିଛୁ। ରିଲିଫ୍ ତଥା ଥଇଥାନ ବ୍ୟବସ୍ଥା ପାଇଁ ବେଦାନ୍ତର ସମସ୍ତ କର୍ମଚାରୀ ଅକୁଣ୍ଠ ଚିତ୍ତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି।
ବେଦାନ୍ତ ଦେଲା ୨୪.୩ ଲକ୍ଷ
Advertisment
Follow Us