ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ କାରବାର ପାଇଁ କଏନ ଗ୍ରହଣ କରୁନାହାନ୍ତି। ଏ ସମ୍ପର୍କିତ ଅନେକ ଅଭିଯୋଗ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପାଖରେ ପହଞ୍ଚିଛି। ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଶାଖାରେ କାରବାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ଖୁଚୁରାକୁ ବ୍ୟାଙ୍କ ଗ୍ରହଣ କରୁନାହାନ୍ତି। ସେ ବିଷୟରେ ଅନେକ ଗ୍ରାହକ ଅଭିଯୋଗ କରିଛନ୍ତି। ତେବେ କୌଣସି ନିର୍ଦିଷ୍ଟ ବ୍ୟାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇନାହିଁ। ଖୁଚୁରାରେ କାରବାର କରିବାକୁ ଚାହୁଁଥିବା କିମ୍ବା ନୋଟ୍ ଦେଇ ଖୁଚୁରା ନେବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ରିଜର୍ଭ ବ୍ୟାଙ୍କର ଥିବା ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଖୁଚୁରା ସଂଗ୍ରହ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।
ବ୍ୟାଙ୍କ ଖୁଚୁରା ଗ୍ରହଣ କରୁନଥିବା ଅଭିଯୋଗ
Advertisment
Follow Us