ଭିଡିଓକନ୍ କିଣିବା ଦୌଡ଼ରେ ହାୟର୍‌, ବ୍ଲାକ୍‌ଷ୍ଟୋନ୍

Advertisment
ଭିଡିଓକନ୍ କିଣିବା ଦୌଡ଼ରେ ହାୟର୍‌, ବ୍ଲାକ୍‌ଷ୍ଟୋନ୍

ନୂଆଦିଲ୍ଲୀ: ବିପୁଳ ପରିମାଣ ବ୍ୟାଙ୍କ ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ଭିଡିଓକନ୍‌କୁ ଦେବାଳିଆ ‌େଘାଷଣା କରାଯିବା ସହିତ ତାହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିଡିଓକନ୍‌ର ଇଲେକ୍‌ଟ୍ରୋନକ୍ସ କାରବାର ଦେବାଳିଆ ହୋଇଛି। ଏହାକୁ କିଣିବା ପାଇଁ ତିନିଟି ବଡ଼ କଂପାନି ଦୌଡ଼ରେ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ହାୟର, ବ୍ଲାକ୍‌‌େ‌ଷ୍ଟାନ୍‌ ଓ ଗୋଲ୍ଡମ୍ୟାନ୍‌ ସଚ୍‌ସ। ମଙ୍ଗଳବାର ଠାରୁ ଭିଡିଓକନ୍‌ ଇଲେକ୍‌ଟ୍ରୋନିକ୍ସ କାରବାରର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। କଂପାନିକୁ ଋଣ ଦେଇଥିବା ଆର୍ଥିକ ସଂସ୍ଥା ସହିତ ଦୌଡ଼ରେ ସାମିଲ ହୋଇଥିବା ତିନି ସଂସ୍ଥା କଥାବାର୍ତା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe