ଶ୍ରୀ ମାଲାନି ଫୋମସ୍‌ର ଖୋର୍ଦ୍ଧା କାରଖାନା ନିର୍ମାଣ ଆରମ୍ଭ, ୧୮.୫ ଏକର ଜମିରେ ୫୫ କୋଟି ନିବେଶ ହେବ

Advertisment
ଶ୍ରୀ ମାଲାନି ଫୋମସ୍‌ର ଖୋର୍ଦ୍ଧା କାରଖାନା ନିର୍ମାଣ ଆରମ୍ଭ, ୧୮.୫ ଏକର ଜମିରେ ୫୫ କୋଟି ନିବେଶ ହେବ

Centuary Mattresses

ଭୁବନେଶ୍ବର: ସେଞ୍ଚୁରି ନାମରେ ମାଟ୍ରେସ୍‌ ବିକ୍ରି କରୁଥିବା ‘ଶ୍ରୀ ମାଲାନି ଫୋମସ୍‌’ ପକ୍ଷରୁ ଖୋର୍ଦ୍ଧାରେ ଏହାର ନୂଆ ଫୋମ୍ ଉତ୍ପାଦନ କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପରେ କଂପାନି ୫୫ କୋଟି ଟଙ୍କା ନିବେଶ କରିବ। ପ୍ରାୟ ୧୮.୫ ଏକର ଜମିରେ ନିର୍ମାଣ କରାଯାଉଥିବା ଏହି କାରଖାନାରେ କଂପାନି ଜର୍ମାନିରୁ ଆମଦାନି କରିବାକୁ ଥିବା ମେସିନ୍ ବ୍ୟବହାର କରିବ। ଏହି କାରଖାନା ଜରିଆରେ ୧୫୦ ପ୍ରତ୍ୟକ୍ଷ ଏବଂ ୫୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନା ବାହାରେ ଏହା ହେଉଛି କଂପାନିର ପ୍ରଥମ ଫୋମ୍ କାରଖାନା ଯାହାର ଉତ୍ପାଦନ କ୍ଷମତା ୬୦୦୦ ଟନ୍ ପଲିୟୁରେଥିନ୍ ଫୋମ୍ ରହିବ। ୨୦୨୦ର ଚତୁର୍ଥ ତ୍ରୟମାସରେ ଏହି ନୂତନ କାରଖାନା କାର୍ଯ୍ୟକ୍ଷମ ହୋଇଯିବା ପରେ ଶ୍ରୀ ମାଲାନି ଫୋମସ୍‌ର ମୋଟ ଫୋମ୍ ଉତ୍ପାଦନ କ୍ଷମତା ୧୫ ହଜାର ଟନ୍‌କୁ ବୃଦ୍ଧି ପାଇବ। ଏହି ଅବସରରେ କଂପାନିର ଅଧ୍ୟକ୍ଷ ପୁରୁଷୋତ୍ତମ ମାଲାନି କହିଛନ୍ତି ଯେ, ଖୋର୍ଦ୍ଧା କାରଖାନା ଆମର ଉପସ୍ଥିତିକୁ କେବଳ ଓଡ଼ିଶା ନୁହେଁ ସାରା ପୂର୍ବ ଭାରତରେ ସୁଦୃଢ଼ କରିବ। ଏହି କାରଖାନାରୁ ଉତ୍ପାଦିତ ସାମଗ୍ରୀ ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ, ଆସାମ ଏବଂ ଅନ୍ୟାନ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଆବଶ୍ୟକତା ପୂରଣ କରିବ। କଂପାନିର ଫୋମ୍‌କୁ ଫର୍ଣ୍ଣିଚର, ମାଟ୍ରେସ୍‌, ଜୋତା, ଅଟାମୋବାଇଲ୍ ଓ ପ୍ୟାକେଜିଂ କଂପାନିଗୁଡ଼ିକ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe