ସରକାର ୨ ଲକ୍ଷ କୋଟିର ଋଣ କରିବେ

Advertisment
ସରକାର ୨ ଲକ୍ଷ କୋଟିର ଋଣ କରିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ୨.୦୮ ଲକ୍ଷ କୋଟି ଟଙ୍କାର ଋଣ କରିବେ।
ବଜେଟ୍‌ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୨%ରେ ରଖିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେଥିପାଇଁ ୫.୮ ଲକ୍ଷ କୋଟି ଟଙ୍କାର ମୋଟ ଋଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଭିତରେ ସରକାର ୩.୭୨ ଲକ୍ଷ କୋଟି ଟଙ୍କାର ଋଣ କରିସାରିଲେଣି। ବାକି ଛଅ ମାସ ଭିତରେ ଆଉ ୨.୦୮ ଲକ୍ଷ କୋଟି ଟଙ୍କାର ଋଣ କରାଯିବ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ବଜେଟ୍‌ରେ ବିତ୍ତୀୟ ନିଅଣ୍ଟକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ସବୁ ପ୍ରକାର ଉଦ୍ୟମ କରିବ। ଋଣ ବିଷୟରେ ଡିସେମ୍ବରରେ ସମୀକ୍ଷା କରାଯିବ। ସେହି ସମୟରେ ଆଉ ଅଧିକ ଋଣ ଦରକାର ନା ନାହିଁ, ସେ ନିଷ୍ପତ୍ତି ସରକାର ଗ୍ରହଣ କରିବେ। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ୩.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ ଯୋଜନା ଠିକ୍‌ ଭାବେ ଆଗେଇ ଚାଲିଛି ବୋଲି ଶ୍ରୀ ଗର୍ଗ କହିଛନ୍ତି। ଏନ୍‌ଏଚ୍‌ଏଆଇ ୨୫୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe