ସାରା ବିଶ୍ବରେ ଚାହିଦା ହ୍ରାସ, ତେଲ ଦର ୨୧ ବର୍ଷରେ ସବୁଠୁ କମ୍

Advertisment
ତେଲ ୧୦୦ ଡଲାର ତଳକୁ ଖସିବ: ଗହମ, ଓଟ୍‌ସ ରପ୍ତାନି ବନ୍ଦ କଲା ୟୁକ୍ରେନ

Indian Market View

ନ୍ୟୁୟର୍କ: କରୋନା ଭୂତାଣୁ ପ୍ରଭାବରେ ଦେଖାଦେଇଥିବା ସଙ୍କଟ ସାରା ବିଶ୍ବରେ ତେଲ ଚାହିଦା କମ୍ କରିଥିବା ବେଳେ ଏହାର ଦାମ୍ ମଧ୍ୟ ୨୧ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଉତ୍ପାଦନ ହୋଇଥିବା ତେଲକୁ ଗଚ୍ଛିତ ରଖିବା ଲାଗି ମଧ୍ୟ ସ୍ଥାନାଭାବ ଦେଖାଦେଲାଣି। ଜୁନ୍‌ରେ ଡେଲିଭରି ହେବାକୁ ଥିବା ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୨୭.୮୪ ଡଲାରକୁ ହ୍ରାସ ପାଇଛି। ସପ୍ତାହକ ଭିତରେ ଏହାର ଦାମ୍ ୧୧ ପ୍ରତିଶତ କମ୍ ହୋଇଛି। ଭାରତରେ ସରକାରୀ ତେଲ କଂପାନିଗୁଡ଼ିକ ଏପ୍ରିଲ୍‌ ମାସର ପ୍ରଥମ ଦୁଇ ସପ୍ତାହ‌େରେ କମ୍ ପରିମାଣର ବିଶୋଧିତ ଇନ୍ଧନ ବିକ୍ରି କରିଛନ୍ତି। ପେଟ୍ରୋଲ୍ ବିକ୍ରି ୬୧ ପ୍ରତିଶତ, ଗ୍ୟାସୋଲିନ ୬୪ ପ୍ରତିଶତ ଓ ବିମାନ ଇନ୍ଧନ ବିକ୍ରି ୯୪ ପ୍ରତିଶତ ହ୍ରାସ ପାଇଛି। ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ) ଆକଳନ କରିଛି ଯେ ୨୦୨୦ରେ ଭାରତର ବାର୍ଷିକ ଇନ୍ଧନ ଚାହିଦାରେ ମାତ୍ର ୫.୬ ପ୍ରତିଶତର ବୃଦ୍ଧି ଘଟିବ। କରୋନା ଭୂତାଣୁ ଆଗମନ ପୂର୍ବରୁ ଗତ ମାର୍ଚ୍ଚରେ ଏହା ଆକଳନ କରିଥିଲା ଯେ ଭାରତର ତୈଳ ଚାହିଦାରେ ୨.୪ ପ୍ରତିଶତ ବୃଦ୍ଧି ଘଟିବ। ଲକ୍‌ଡାଉନ୍ ଘୋଷଣା ହେବା ପରେ ଏହା ନିଜର ଆକଳନକୁ ବଦଳାଇଛି। ଆଇଇଏ ଆକଳନ କରିଛି ଯେ, ଭାରତର ପେଟ୍ରୋଲ ଓ ଡିଜେଲ ଚାହିଦା ଯଥାକ୍ରମେ ୯ ପ୍ରତିଶତ ଓ ୬.୧ ପ୍ରତିଶତ ହ୍ରାସ ପାଇବ। ଦେଶରେ ତୈଳ ଚାହିଦା ହ୍ରାସ ପାଇଥିବାରୁ ତେଲ କଂପାନିଗୁଡ଼ିକ ଅଶୋଧିତ ତୈଳ ପ୍ରକ୍ରିୟାକରଣ ମାତ୍ରା କମାଇ ଦେଇଛନ୍ତି। ତେଲକୁ ନେଇ ଦେଖାଦେଇଥିବା ସ୍ଥିତି କେବଳ ଭାରତରେ ସୀମିତ ନୁହେଁ। ଆମେରିକାରେ ତେଲର ଖୁଚୁରା ବିକ୍ରି ୮.୭ ପ୍ରତିଶତ ହ୍ରାସ ପାଇଛି। ତୈଳ ଉତ୍ପାଦନରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି ଯାହା ସେଠ‌ାରେ ବିଗତ ୭୪ ବର୍ଷ ଭିତରେ କେବେ ଦେଖିବାକୁ ମିଳିନଥିଲା। ଗତ ମାର୍ଚ୍ଚରେ ସ୍ପେନ୍‌ରେ ତୈଳ ଚାହିଦା ୨୩ ପ୍ରତିଶତ କମିଥିଲା। ଏପ୍ରିଲ୍‌ରେ ତାହା ଆହୁରି କମିବ। ବ୍ରିଟେନ୍‌ରେ ପେ‌ଟ୍ରୋଲ୍‌ ବିକ୍ରି ୬୬ ପ୍ରତିଶତ ଓ ଡିଜେଲ ୫୭ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe