ଭୁବନେଶ୍ବର: ବାଙ୍ଗାଲୋରର କଂପାନି ସିକ୍ୟୁର୍ ଆଇଜ୍ ଟେକ୍ନୋସଭିର୍ସେସ୍ ପକ୍ଷରୁ ରାଜ୍ୟର ଯୁବକଯୁବତୀମାନଙ୍କୁ ସାଇବର୍ ନିରାପତ୍ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ସଂସ୍ଥା ଓକାକ୍ ସହ ହାତ ମିଲାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରଖିଛି। କଂପାନିର ସିଟିଓ ସୀମାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଆଜିର ଇଣ୍ଟରନେଟ୍ ଦୁନିଆରେ ସାଇବର୍ ଅପରାଧ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି। ଏଭଳି ପରିସ୍ଥିତିରେ ସାଇବର ନିରାପତ୍ତା ପେସାଦାରଙ୍କ ଚାହିଦା ବହୁତ ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ସିକ୍ୟୁର୍ ଆଇଜ୍ ପକ୍ଷରୁ ୨୦୧୮ ଏପ୍ରିଲ୍ ପରଠାରୁ ଓକାକ୍ରେ ଯୁବକଯୁବତୀମାନଙ୍କୁ ସାଇବର୍ ନିରାପତ୍ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କଂପାନି ପକ୍ଷରୁ ତିନି ମାସିଆ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ଏବଂ କୋର୍ସ ଫି’ ୪୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଥମ ବ୍ୟାଚ୍ର ୭୫% ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସିକ୍ୟୁର୍ ଆଇଜ୍ ଭୁବନେଶ୍ବରରେ ଏହାର ନୂତନ ଗ୍ଲୋବାଲ୍ ଡେଲିଭରି ସେଣ୍ଟର୍ ଖୋଲିବାକୁ ଯାଉଛି। ସେଥିରେ ମଧ୍ୟ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେଭଳି ନିଯୁକ୍ତି ସୁଯୋଗ ପାଇବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେଉଛୁ ବୋଲି କଂପାନିର ସିଇଓ କର୍ମେନ୍ଦ୍ର କୋହଲି କହିଛନ୍ତି।
ସିକ୍ୟୁର୍ ଆଇଜ୍ର ସାଇବର୍ ନିରାପତ୍ତା ପ୍ରଶିକ୍ଷଣ
Advertisment
Follow Us