Image Source: Hindustan Times
ମୁମ୍ବାଇ: କରୋନା ଭାଇରସ୍କୁ ନେଇ ସାରା ବିଶ୍ବରେ ଦେଖାଦେଇଥିବା ଆତଙ୍କର ପ୍ରଭାବ ଆଜି ବମ୍ବେ ଷ୍ଟକ ବଜାର କାରବାରରେ ଦେଖିବାକୁ ମିଳିଥିଲା। ବିଶ୍ବର ବିଭିନ୍ନ ଷ୍ଟକ ବଜାରରେ କାରବାର ମାନ୍ଦା ରହିବାରୁ ଭାରତରେ ମଧ୍ୟ ନିବେଶକମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକ୍ରି କରିଦେଇଥିଲେ। ଏହାର ପ୍ରଭାବରେ ଆଜି ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୪୫୮ ପଏଣ୍ଟ୍ ତଳକୁ ଖସି ୪୧,୧୫୧ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ବ୍ୟାଙ୍କ ଓ ଧାତବ କଂପାନିର ସେୟାର ମୂଲ୍ୟ ଅଧିକ ହ୍ରାସ ପାଇଥିଲା। ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୨୯ ପଏଣ୍ଟ୍ ହ୍ରାସ ପାଇ ୧୨,୧୧୯ ପଏଣ୍ଟ୍ରେ ବନ୍ଦ ହୋଇଛି।
Follow Us