ହ୍ବାଟସ୍‌ଆପ୍‌ ମେସେଜ୍‌ ୭ ଦିନରେ ଅଦୃଶ୍ୟ ହୋଇଯିବ ‘ଡିସାପିୟରିଂ ମେସେଜେସ୍‌’ ଅନ୍‌ କରିବାକୁ ପଡ଼ିବ

Advertisment

The WhatsApp message will disappear in 7 days

The WhatsApp message will disappear in 7 days

ହ୍ବାଟସ୍‌ଆପ୍‌ ମେସେଜ୍‌ ୭ ଦିନରେ ଅଦୃଶ୍ୟ ହୋଇଯିବ ‘ଡିସାପିୟରିଂ ମେସେଜେସ୍‌’ ଅନ୍‌ କରିବାକୁ ପଡ଼ିବ

TechCrunch

ନୂଆଦିଲ୍ଲୀ: ସାରା ବିଶ୍ବରେ ବହୁଳ ଭାବେ ବ୍ୟବହୃତ ହେଉଥିବା ମୋବାଇଲ୍‌ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ ପକ୍ଷରୁ ମେସେଜ୍‌ ଅଦୃଶ୍ୟ ହେବା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ସୁବିଧା ଆଣ୍ଡ୍ରଏଡ୍‌, ଆଇଫୋନ୍‌, ହ୍ବାଟସ୍‌ଆପ୍‌ ଡେସ୍କଟପ୍ ଓ ହ୍ବାଟସ୍‌ଆପ୍ ୱେବ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଯିବ। ଡିସାପିୟରିଂ ‌ମେସେଜେସ୍‌ରେ ବ୍ୟବହାରକାରୀମାନେ କୌଣସି ମେସେଜ୍ କାହାକୁ ପଠାଇଲେ ତାହା ୭ ଦିନରେ ସ୍ବୟଂକ୍ରିୟ ଭାବେ ଅଦୃଶ୍ୟ ହୋଇଯିବ। ହ୍ବାଟସ୍‌ଆପ୍‌ର ଷ୍ଟାଟସ୍‌ ୨୪ ଘଣ୍ଟାରେ ଅଦୃଶ୍ୟ ହୋଇଯାଏ। ମାତ୍ର ଡିସାପିୟରିଂ ମେସେଜେସ୍ ସୁବିଧାରେ ଯେଉଁ ମେସେଜ୍‌ଗୁଡ଼ିକୁ ଅଦୃଶ୍ୟ କରିବା ଲାଗି ବ୍ୟବହାରକାରୀ ଚୟନ କରିଥିବେ ତାହା ୭ ଦିନ ପରେ ଅଦୃଶ୍ୟ ହୋଇଯିବ। ବ୍ୟବହାରକାରୀମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବା ଲାଗି ୭ ଦିନ ପରେ ମେସେଜ୍‌ ଅଦୃଶ୍ୟ କରିବାକୁ ହ୍ବାଟସ୍‌ଆପ୍ ନିଷ୍ପତ୍ତି ନେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଯେଉଁ ମେସେଜ୍‌ ପାଇଁ ଡିସାପିୟରିଂ ମେସେଜେସ୍‌ ବିକଳ୍ପ ଚୟନ କରାଯିବ ତାହା ୭ ଦିନ ପରେ ଆପେ ଅଦୃଶ୍ୟ ହୋଇଯିବ। ପୂର୍ବରୁ ଥିବା ଚାଟ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଗ୍ରାହକମାନେ ଏହି ବିକଳ୍ପକୁ ନିଜ ସୁବିଧା ଅନୁସାରେ ଅନ୍ କିମ୍ବା ଅଫ୍ କରିପାରିବେ।

ଏହାର ସେଟିଂ କରିବା ଲାଗି ବ୍ୟବହାରକାରୀମାନଙ୍କୁ ହ୍ବାଟସ୍‌ଆପ୍‌ରେ ଥିବା ଚାଟ୍‌ର କଣ୍ଟାକ୍ଟ ନମ୍ବରରେ ପହଞ୍ଚି ସେଥିରେ ଥିବା ଡିସାପିୟରିଂ ମେସେଜେସ୍‌କୁ ଅନ୍‌ କିମ୍ବା ଅଫ୍‌ କରିବାକୁ ପଡ଼ିବ। ଏହି ବିକଳ୍ପ ଅନ୍‌ ଥିବା ବେଳେ ଯେଉଁ ମେସେଜ୍‌ କରାଯିବ ତାହା ୭ ଦିନ ପରେ ଅଦୃଶ୍ୟ ହୋଇଯିବ। ଯଦି ଡିସାପିୟରିଂ ମେସେଜେସ୍‌ ଅଫ୍ ଥିବ ତେବେ କୌଣସି ମେସେଜ୍‌ ଅଦୃଶ୍ୟ ହେବ ନାହିଁ। ବ୍ୟବହାକାରୀମାନେ ନିଜ ଆକାଉଣ୍ଟ୍‌ରେ ଏହି ବିକଳ୍ପ ଅନ୍‌ କିମ୍ବା ଅଫ୍ କରିପାରିବେ। ମାତ୍ର ଗ୍ରୁପ୍‌ ଚାଟ୍‌ରେ କେବଳ ଆଡ୍‌ମିନ୍ ଚାହିଁଲେ ଏହି ବିକଳ୍ପ ଚୟନ କରିପାରିବେ। ସଦସ୍ୟମାନଙ୍କୁ ଏହି ସୁବିଧା ଦିଆଯାଇନାହିଁ। ଏକ ଡିସାପିୟରିଂ ମେସେଜ୍‌ର ଯେଉଁମାନେ ଜବାବ ଦେଇଥିବେ (ରିପ୍ଲାଏ କରିଥିବେ) ସେହି ବାର୍ତାକୁ ୭ ଦିନ ପରେ ମଧ୍ୟ ଦେଖାଯାଇପାରିବ। ଯଦିଓ ଏହି ସୁବିଧା ସବୁ ଗ୍ରାହକଙ୍କ ପାଇଁ ଜାରି କରାଯାଇଛି ମାତ୍ର ଯେଉଁମାନେ ନିଜର ହ୍ବାଟସ୍‌ଆପ୍‌କୁ ଅପ୍‌ଡେଟ୍‌ କରିନଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ। ଚଳିତ ମାସରେ ଏହି ନୂଆ ସୁବିଧା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe