ନୂଆଦିଲ୍ଲୀ: ଭାରତର ଦ୍ବିତୀୟ ବଡ଼ ଧନୀ ତଥା ଆଦାନି ବ୍ୟବସାୟ ସାମ୍ରାଜ୍ୟର ମୁଖ୍ୟ ଗୌତମ ଆଦାନି ୭୦ ବର୍ଷ ବୟସରେ ଅବସର ନେବା ଘୋଷଣା କରିଛନ୍ତି। ଏବେ ଆଦାନିଙ୍କ ବୟସ ହେଉଛି ୬୨ ବର୍ଷ। ଆଉ ଆଠ ବର୍ଷ ପର୍ଯ୍ୟନ୍ତ ସେ କମ୍ପାନିର ନେତୃତ୍ବ ନେବେ। ୨୦୩୦ ବେଳକୁ ସେ ନିଜ ବ୍ୟବସାୟ ସାମ୍ରାଜ୍ୟର ନେତୃତ୍ବ ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ବାଣ୍ଟିବେ। ପ୍ରଥମ ଥର ପାଇଁ ଆଦାନି ନିଜ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କର ଚାରି ଜଣ ଉତ୍ତରାଧିକାରୀ ହେବେ। ସେମାନେ ହେଉଛନ୍ତି ଦୁଇ ପୁଅ କରଣ ଓ ଜିତ୍ ଏବଂ ଦାଦା ପୁଅ ଭାଇ ପ୍ରଣବ ଓ ସାଗର। ଏକ ସାକ୍ଷାତକାରରେ ଆଦାନି କହିଛନ୍ତି ଯେ ବ୍ୟବସାୟରେ ସ୍ଥିରତା ପାଇଁ ଉତ୍ତରାଧିକାରୀ ଚୟନ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଦାନି ଗ୍ରୁପ୍ ଅଧୀନରେ ଅନେକ କମ୍ପାନି ଥିବା ବେଳେ ୧୦ଟି କମ୍ପାନି ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହୋଇଛି। ସେଗୁଡ଼ିକ ହେଉଛି ଆଦାନି ପୋର୍ଟସ୍, ଆଦାନି ଗ୍ରିନ୍ ଏନର୍ଜି, ଆଦାନି ପାୱାର, ଆଦାନି ଟୋଟାଲ୍ ଗ୍ୟାସ୍, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍ମାର୍, ଅମ୍ବୁଜା ସିମେଣ୍ଟ, ଏସିସି ଓ ଏନ୍ଡିଟିଭି। ଆଦାନିଙ୍କ ସମ୍ପତ୍ତି ପରିମାଣ ହେଉଛି ୭.୧୦ ଲକ୍ଷ କୋଟି ଟଙ୍କା।
୭୦ ବର୍ଷରେ ଅବସର ନେବେ ଆଦାନି
Advertisment
Follow Us