ୱେସ୍‌କୋ, ନେସ୍‌କୋ, ସାଉଥ‌୍‌କୋ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି: ମନ୍ତ୍ରୀ

Advertisment

No final decision on Wesco, Nesco, Southco: Minister

No final decision on Wesco, Nesco, Southco: Minister

ଟିପିଏସ୍‌ଓଡିଏଲ୍‌ ଉପରେ ବର୍ଷିଲା ଶକ୍ତି ବିଭାଗ: ସରକାର ସବୁ ସୁବିଧା କଲେ, ପୁଣି ୪୧% କ୍ଷତି କାହିଁକି?

shutterstock.com

ଭୁବନେଶ୍ବର: ‌ରାଜ୍ୟର ତିନି ବିଦ୍ୟୁତ ବଣ୍ଟନ କଂପାନି ୱେସ୍‌କୋ, ନେସ୍‌କୋ ଓ ସାଉଥ୍‌କୋକୁ ବିକ୍ରି କରିବା ଲାଗି ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ତିନି ଡିସ୍‌କମ୍‌କୁ ବିକ୍ରି କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ଓଇଆର୍‌ସି) ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ସରକାର ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ପୂର୍ବରୁ ଏହି ତିନି ସଂସ୍ଥା ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଟର ପାଖରେ ଥିଲା। ୨୦୧୫ରେ ରିଲାଏନ୍ସର ଲାଇସେନ୍ସକୁ ଓଇଆର୍‌ସି ରଦ୍ଦ କରିଥିଲେ। ବିଦ୍ୟୁତ ନିୟମ, ୨୦୦୩ର ଧାରା ୧୯ ଆଧାରରେ ତିନି ଜଣିଆ ସଦସ୍ୟଙ୍କୁ ନେଇ କମିସନ ଗଠନ କରିଥିବା ଖଣ୍ଡପୀଠ ରିଲାଏନ୍ସ ଲାଇସେନ୍ସ ରଦ୍ଦ କରିବାକୁ କହିଥିଲେ। ୧୯୯୯ରେ ରିଲାଏନ୍ସ ଇନ୍‌ଫ୍ରାଷ୍ଟକ୍‌ଚର ଲାଇସେନ୍ସ ପାଇଥିଲା। ରିଲାଏନ୍ସଠାରୁ ୱେସ୍‌କୋ, ନେସ୍‌କୋ ଓ ସାଉଥ୍‌କୋକୁ ଆଣିବା ପରେ ତାହାର ପରିଚାଳନା ଦାୟିତ୍ବ ଗ୍ରିଡ୍‌କୋକୁ ଦିଆଯାଇଥିଲା। ପୁରୀ, ବାଲୁଙ୍ଗା, ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳ ପାଇଁ ଘରୋଇ କଂପାନି ଫେଡ୍‌କୋକୁ ବିତରଣ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମିଟରିଂ, ବିଲିଂ ଆଦି କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ଏହି ସଂସ୍ଥା ଅନେକ ପଦକ୍ଷେପ ନେଇଛି।

ଓଇଆର୍‌ସି ଅଧୀନରେ ଥିବା ସେସୁକୁ ନିକଟରେ ୧୦୨୪ କୋଟି ଟଙ୍କାରେ ଟାଟା ପାୱାର ଅଧିଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ସହ ଯୌଥ ଉଦ୍ୟୋଗ ସ୍ଥାପନ କରି ଏହା ସେସୁର ପରିଚାଳନା କରୁଛି। ‌ୱେସ୍‌କୋ, ନେସ୍‌କୋ, ସାଉଥ‌୍‌କୋର ଘରୋଇକରଣ ପାଇ ଯେଉଁ ବିଡ୍ ଆହ୍ବାନ କରାଯାଇଥିଲା ସେଥିରେ ଟାଟା ପାୱାର ଏବଂ ଇଣ୍ଡିଆ ପାୱାର କର୍ପୋରେସନ୍ ବିଡ୍ ଦାଖଲ କରିଥିବା କୁହାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଏହି ବିଡ୍ ଆହ୍ବାନ କରାଯାଇଥିଲା। ଟାଟା ପାୱାର ସମସ୍ତ ତିନି ସଂସ୍ଥା ପାଇଁ ବିଡ୍‌ ଦାଖଲ କରିଥିବା ବେଳେ ଆଇପିସିଏଲ୍‌ ସାଉଥ୍‌କୋ ଓ ୱେସ୍‌କୋ ପାଇଁ ବିଡ୍‌ ଦାଖଲ କରିଥିବା ଜଣାପଡ଼ିଛି। ଆଇପିସିଏଲ୍‌ ଦୀର୍ଘ ବର୍ଷ ହେଲାଣି ପଶ୍ଚିମବଙ୍ଗରେ ସେବା ପ୍ରଦାନ କରୁଛି। ଅନ୍ୟାନ୍ୟ ଅଞ୍ଚଳକୁ ପ୍ରବେଶ କରିବା ଲାଗି ରହିଥିବା ସମ୍ଭାବନାକୁ କଂପାନି ଗୁରୁତ୍ବର ସହ ବିଚାର କରୁଥିବା ଜଣାଇଥିଲା। ଗ୍ରାହକ ସେବା ଉପରେ କଂପାନି ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ଏହାର ଏମ୍‌ଡି ରାଘବ ରାଜ କାନୋରିଆ ଓ ପୂର୍ଣ୍ଣକାଳୀନ ନିର୍ଦେଶକ ସୋମେଷ ଦାସଗୁପ୍ତା କହିଥିଲେ।

ଦେଶରେ ବିଦ୍ୟୁତ ବଣ୍ଟନ କଂପାନିଗୁଡ଼ିକ କ୍ଷତିରେ ଚାଲୁଥିବାରୁ ସେଗୁଡ଼ିକର ଘରୋଇକରଣ କରିବା ଲାଗି ‌‌କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଏନେଇ ବିଦ୍ୟୁତ ବିଲ୍‌ ୨୦୦୩ରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯାଇଛି। ଏହି ନିୟମ ଆସିବା ପରେ ଏକମାତ୍ର ରାଜ୍ୟ ଭାବେ ଉତ୍ତରପ୍ରଦେଶ ପକ୍ଷରୁ ଡିସ୍‌କମ୍‌ଗୁଡ଼ିକର ଘରୋଇକରଣ ନେଇ ଆଗ୍ରହ ପ୍ରକାଶ କରାଯାଇଥିଲା। ଏହି ରାଜ୍ୟ ଗୋଟିଏ ଡିସ୍‌କମ୍‌ର ଘରୋଇକରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe