‌ଜଗତସିଂହପୁର ପ୍ରକଳ୍ପ ପାଇଁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ଜମି ଅଧିଗ୍ରହଣ

ପୋସ୍କୋ ପ୍ରକଳ୍ପ ଜମିରେ କାରଖାନା ବସାଇବ, ୫୩ ହଜାର କୋଟି ଟଙ୍କା ନିବେଶ କରିବ

ଏମ୍‌ଜି ମୋଟର, ବିୱାଇଡି ଅଂଶଧନ କିଣିପାରେ ଜେଏସ୍‌ଡବ୍ଲୁ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇସ୍ପାତ କଂପାନି ପୋସ୍କୋ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଯେଉଁ ଠାରେ ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଥିଲା ସେହି ଜମିରେ ସଜ୍ଜନ ଜିନ୍ଦଲଙ୍କ ଇସ୍ପାତ କଂପାନି ଜେଏସ୍‌ଡବ୍ଲୁ ଷ୍ଟିଲ୍ ଜମି ଅଧିଗ୍ରହଣ କରୁଛି। ଜେଏସ୍‌ଡବ୍ଲୁ ଷ୍ଟିଲ୍ ୫୩ ହଜାର କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ କରିବ। କଂପାନିର ନିର୍ଦେଶକ-ବାଣିଜ୍ୟିକ ମାର୍କେଟିଂ ଆଣ୍ଡ୍‌ କର୍ପୋରେଟ୍ ଷ୍ଟ୍ରାଟେଜି ଜୟନ୍ତ ଆଚାର୍ଯ୍ୟ କହିଛନ୍ତି ଯେ ପାରାଦୀପ ବନ୍ଦ ନିକଟରେ ପୋସ୍କୋ ଯେଉଁ ଜମିରେ ୧୨ ଏମ୍‌ଟିପିଏ କ୍ଷମତାର ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଥିଲା ସେହି ଜମି ଅଧିଗ୍ରହଣ କରାଯାଉଛି। କଂପାନିର ଯୋଜନା ସମ୍ପର୍କରେ ଆଲୋଚନା କରିବା ବେଳେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଅଧିଗ୍ରହଣ ଏବଂ ସ୍ଥାପିତ ହୋଇସାରିଥିବା ପ୍ରକଳ୍ପର କ୍ଷମତା ବଢ଼ାଇ ସମ୍ପ୍ରସାରଣ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ଯୋଜନା ରଖିଛି। ଓଡ଼ିଶା ପ୍ରକଳ୍ପ ବିଚାରକୁ ନେଲେ ତାହା ହେବ କଂପାନି ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ। ଜଗତସିଂହପୁର ଜିଲ୍ଲାରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏକ ୯୦୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ମଧ୍ୟ ଯୋଜନା ରଖିଛି।

ଏହି ପ୍ରକଳ୍ପ ଲାଗି ଜମି ଚିହ୍ନଟ ହୋଇସାରିଛି ଏବଂ ଜମି ଅଧିଗ୍ରହଣ ଜାରି ରହିଛି। ଓଡ଼ିଶା ସରକାରଙ୍କ ସହ ମିଶି ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଉଛି। ତେବେ ଏହି ପ୍ରକ୍ରିୟା କେବେ ଶେଷ ହେବ ତାହାର କୌଣସି ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାକୁ ସେ ମନା କରିଦେଇଛନ୍ତି। ଏହି ପ୍ରକ୍ରିୟା ସାଧାରଣତଃ ଶେଷ ହେବାକୁ ସମୟ ଲାଗିଥାଏ ବୋଲି ସେ କହିଛନ୍ତି। ପାରାଦୀପରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ ୨୦୦୫ରେ ଓଡ଼ିଶା ସରକାରଙ୍କ ସହ ପୋସ୍କୋ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ, ପରିବେଶ ମଞ୍ଜୁରି ମିଳିବାରେ ଅହେତୁକ ବିଳମ୍ବ ଭଳି ଅନେକ କାରଣ ଯୋଗୁଁ ଏହି ପ୍ରସ୍ତାବିତ ପ୍ରକଳ୍ପରୁ ପୋସ୍କୋ ଓହରିଯାଇଛି। ପୋସ୍କୋ ସହ ହୋଇଥିବା ବୁଝାମଣାର ସମୟ ସୀମା ୨୦୧୦ରେ ଶେଷ ହୋଇଥିଲା ଏବଂ ଆଉ ତାହା ନବୀକରଣ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe