ନାମକୁ ମାତ୍ର ସରକାରୀ ସୁବିଧା ! ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି...

Advertisment

ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି..କି ଯୁଗ ହେଲା କେଜାଣି ! ଏଠି ଜଣଙ୍କର ପ୍ରାପ୍ୟକୁ ଆଉ ଜଣେ ମାରି ନେଇ ହସୁଛି, ପ୍ରକୃତ ହକ୍‌ଦାର ଯିଏ ହସ୍ତସନ୍ତ ହେଇ ବଞ୍ଚୁଛି...

ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି..କି ଯୁଗ ହେଲା କେଜାଣି ! ଏଠି ଜଣଙ୍କର ପ୍ରାପ୍ୟକୁ ଆଉ ଜଣେ ମାରି ନେଇ ହସୁଛି, ପ୍ରକୃତ ହକ୍‌ଦାର ଯିଏ ହସ୍ତସନ୍ତ ହେଇ ବଞ୍ଚୁଛି...

New Project (1)

ଭୁବନେଶ୍ବର: ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି..କି ଯୁଗ ହେଲା କେଜାଣି ! ଏଠି ଜଣଙ୍କର ପ୍ରାପ୍ୟକୁ ଆଉ ଜଣେ ମାରି ନେଇ ହସୁଛି, ପ୍ରକୃତ ହକ୍‌ଦାର ଯିଏ ହସ୍ତସନ୍ତ ହେଇ ବଞ୍ଚୁଛି...

90f94a35-353e-40f6-87e9-5f6557995059 (1)

ଆ‌ରେ କ’ଣ ବୁଝିପାରୁନ? ଆମ ସରକାର ମ ! ଚାଷୀଙ୍କ ପାଇଁ କେତେ କ’ଣ ସୁବିଧା କରୁଛନ୍ତି ତାହାର କିଛି ଠିକଣା ନାହିଁ। ହେଲେ ପ୍ରଶାସନ କହିପାରିବ କି ସେ ସବୁ ସୁବିଧା ଆମ ଚାଷୀ ପୁଅମାନେ ପାଉଛନ୍ତି ବୋଲି?

ସବୁ ବାଟ ମାରଣା ଭାଇ ସବୁ ବାଟ ମାରଣା। ଜଣଙ୍କ ନାରେ ଆସୁଛି, ଆଉ ୫ ଜଣଙ୍କ ପେଟରେ ପଶୁଛି। ବାଟରେ ତ ସବୁ ସରିଯାଉଛି ଆଉ, ପ୍ରକୃତ ଚାଷୀ ପାଖରେ ସୁବିଧା ପହଞ୍ଚିବ ବା କେମିତି?

ଅଧା ମାରିନଉଛି ଦଲାଲ୍‌। ଆଉ ଅଧା ତା ବନ୍ଧୁମାନଙ୍କୁ ଦଉଛି। ବନ୍ଧୁ କିଏ ଜାଣିଛ ଟି? ଯିଏ କି ଚାଷ କ’ଣ ଜାଣନ୍ତି ନାହିଁ। ତା ବୋପା, ଅଜା ଚଉଦ ପୁରୁଷରେ କିଏ ଚାଷ କରିନଥିବେ, ‌ହେଲେ ଚାଷୀ ନାଁରେ ସେ ସୁବଧା ଲୁଟୁଥିବ।

ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହାନ୍ତି। ତାହାକୁ ଲକ୍ଷ୍ୟ କରି ଆଜିର ଆମର ଏକ କାର୍ଟୁନ। ଖରାପ ଲାଗିଲେ ଲାଗୁ। ହେଲେ ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

https://sambad.in/cartoon-stories/cartoon-9602375

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe