ଚୁଟିଆକୁ ଧରି ଏତିକି ଖୁସି; ବଡ଼ ମୂଷା ପଛେ ଯାଉତ ଖସି...!

Advertisment

କେତେ ଖୁସି ହଉଛ ମ...? ଏ ଚୂନା ମାଛକୁ ଧରି ବଡ଼ ଧରିଲା ପରିକା ଆନନ୍ଦ କାଇଁ ନଉଛ ମ...? ହଇଓ ବାବୁ...! ପ୍ରଶ୍ନପତ୍ର କେଳେଙ୍କାରୀରେ କେତେ ମହା ମହାରଥି ସାମିଲ୍‌ ଅଛନ୍ତି ତାହା କ’ଣ ତମକୁ ଅଛପା ? ଏ ଛୋଟକାଟିଆ କେତେ ଜଣଙ୍କୁ ଧରି ଏମିତି ଖୁସି ହଉଛ ଯେମିତି ସବୁ କିଛି ଅଣେଇ ପକେଇଛ।

କେତେ ଖୁସି ହଉଛ ମ...? ଏ ଚୂନା ମାଛକୁ ଧରି ବଡ଼ ଧରିଲା ପରିକା ଆନନ୍ଦ କାଇଁ ନଉଛ ମ...? ହଇଓ ବାବୁ...! ପ୍ରଶ୍ନପତ୍ର କେଳେଙ୍କାରୀରେ କେତେ ମହା ମହାରଥି ସାମିଲ୍‌ ଅଛନ୍ତି ତାହା କ’ଣ ତମକୁ ଅଛପା ? ଏ ଛୋଟକାଟିଆ କେତେ ଜଣଙ୍କୁ ଧରି ଏମିତି ଖୁସି ହଉଛ ଯେମିତି ସବୁ କିଛି ଅଣେଇ ପକେଇଛ।

New Project (14)

ଭୁବନେଶ୍ବର: କେତେ ଖୁସି ହଉଛ ମ...? ଏ ଚୂନା ମାଛକୁ ଧରି ବଡ଼ ଧରିଲା ପରିକା ଆନନ୍ଦ କାଇଁ ନଉଛ ମ...? ହଇଓ ବାବୁ...! ପ୍ରଶ୍ନପତ୍ର କେଳେଙ୍କାରୀରେ କେତେ ମହା ମହାରଥି ସାମିଲ୍‌ ଅଛନ୍ତି ତାହା କ’ଣ ତମକୁ ଅଛପା ? ଏ ଛୋଟକାଟିଆ କେତେ ଜଣଙ୍କୁ ଧରି ଏମିତି ଖୁସି ହଉଛ ଯେମିତି ସବୁ କିଛି ଅଣେଇ ପକେଇଛ।

ହଁ ଆମେ ମାନୁଛୁ, ତମେ ୭ ଜଣ ମାଫିଆଙ୍କୁ ବ‌ାନ୍ଧି ସାରିଲଣି। ହେଲେ ଟିକେ ଭଲ କରି ଖୋଳତାଢ଼ କର ହୋ... ଏଥିରେ ଆହୁରି ୮୦ ଜଣଙ୍କ ହାତ ଥିବ ହଁ...!

Untitled

କ୍ରାଇମ୍‌ବ୍ରାଞ୍ଚ୍‌ ମହାଶୟ, ଆପଣ ଏ ଛୋଟ ମୂଷାକୁ ଧରିଛନ୍ତି। ଆହୁରି ବଡ଼ ବଡ଼ ମୂଷା ଆପଣଙ୍କ ନାକ ତଳେ ଖସି ଯାଉଛନ୍ତି। ସେଆଡ଼କୁ ଟିକେ ଦୃଷ୍ଟି ଦିଅନ୍ତୁ। ଦୃଷ୍ଟି ଦେଲେ ଜାଣିପାରିବେ ଯେ ଆପଣ ଯାହାକୁ ଧରିଛନ୍ତି ତାଙ୍କଠାରୁ ବଡ଼ ହସ୍ତୀ ଲୁଚି ରହିଛନ୍ତି।

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହାକୁ ନେଇ ଆଜିର ଆମର ଏ କାର୍ଟନୁ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe