ଭୁବନେଶ୍ବର: ନା ମୁଁ ଏ କୂଳର ହେମି, ନା ସେ କୂଳର ହେମି.. ନାଇଁ ନାଇଁ ମୁଁ ମୋ ନିଜ କୂଳର ହେମି, ନିଜ ନିଷ୍ପତ୍ତି ନିଜେ ହିଁ ନେମି… ହଁ ଆଜ୍ଞା ! ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କିଛି ଏମିତି ହିଁ ଢଙ୍ଗରେ ନିଷ୍ପତ୍ତି ନେଇଛି । ଯାହା ସାରା ଦେଶକୁ ଚମକେଇ ଦେଇଛି । ଯେଉଁଠି ବିଜେଡି ନା ଏନଡିଏକୁ ସମର୍ଥନ କରିଛି ନା ଇଣ୍ଡି ମେଣ୍ଟକୁ । କାହାର ନହୋଇ- ପୂରା ପ୍ରକ୍ରିୟାରୁ ବାହାର ହୋଇଛି । ମାନେ ବିଜେଡି କାହାକୁ ବି ଭୋଟ୍ ଦେଇନି । ଉପରାଷ୍ଟ୍ରପତି ନିର୍ବାଚନର ମତଦାନରୁ ବିଜେଡି ବିରତ ରହିଛି ।
/filters:format(webp)/sambad/media/media_files/2025/09/09/bjd-2025-09-09-18-44-00.jpeg)
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଯେତେବେଳେ ବିଜେଡି ଆଗରେ ଗୋଟେ ଗୋଳମାଳିଆ ଗଣିତ ପଡିଛି ଠିକ୍ ସେତେବେଳେ ପୂର୍ବ ଭଳି ନବୀନ ନିଜ ଚିରାଚରିତ ସୂତ୍ର ପକାଇ ଜଟିଳ ଗଣିତକୁ ସମାଧାନ କରି ଦେଇଛନ୍ତି ଆଉ ନାଁ ତାର ସମଦୂରତା ଦେଇଛନ୍ତି । ଅତୀତରେ ଏଇ ସମଦୂରତାର ନାଁ ନେଇ ନବୀନ ସବୁବେଳେ, ନିଜକୁ ନିଜ ଦଳକୁ ବଞ୍ଚାଇ ରଖିଛନ୍ତି । ତେଣୁ ଏଥର ବି ଏନଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆ ଚାଲ ଖେଳିଛନ୍ତି ।
ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ଚାହାନ୍ତିନି ନବୀନ । ଯାହା ତାଙ୍କର ଏହି ସମଦୂରତା ଫଣ୍ଡା ହିଁ ବଖାଣୁଛି । ଯଦିଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଜିତିବାରେ ଅସୁବିଧା ନାହିଁ। ସଂଖ୍ୟା ଗଣିତରେ ଏନ୍ଡିଏ ଆଗରେ ଅଛି। ତଥାପି ବିଜେଡି ଆଭିମୁଖ୍ୟ ଉପରେ ପୂରା ରାଜନୈତିକ ମହଲର ନଜର ଥିବା ବେଳେ ଗତକାଲି ବିଜେଡି ପୁନଶ୍ଚ ସମଦୂରତାର ସ୍କେଲରେ ମାପିଚୁପି ଦୂରେଇ ଯାଇଛି । ଭାଇ ! କାହାର ମନ ଦୁଃଖ କରି କି ଲାଭ କହିଲ… ଏକରେ ତ କ୍ଷମତା ନାହିଁ ତେଣୁ କାହା ସହ କଳି କରି କି ଲାଭ । ବରଂ ଭଲ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବା । କିଏ ଜାଣେ କାଳେ ଆଗକୁ ଏହି ସମ୍ପର୍କ କାମ ଦେବ । ତେଣୁ ହାତେ ମାପି ଚାଖେଣ୍ଡେ ଚାଲିବା ଭଲ…
ଅଧିକ ପଢନ୍ତୁ-
ସହଜ ନୁହେଁ ସୀମାରେ ଜୀବନ: ଏଠି ବିକାଶର ବାଟ ଅଙ୍କାବଙ୍କା, ପ୍ରତିଶ୍ରୁତି ଏଠି ମରୀଚିକା…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/09/cart-noon-2025-09-09-18-49-27.jpg)