ଭୁବନେଶ୍ବର: ପ୍ରଚାର ଗାଡ଼ି ଯାଉଛି ମାଡ଼ି ନୂଆପଡ଼ା ରାସ୍ତାରେ… ନେତାଏ ପୂରା ଫୁଲ୍ ଦମ୍ ରେ, ଗାଡ଼ି ଉଡ଼ାଉଛେନ୍ତି ଶହେଶହେରେ… ଏଠି ପ୍ରସଙ୍ଗ ପୂରା ଆହତ, ସମସ୍ୟା ମୃତ… ପ୍ରଚାର ଗାଡ଼ିର ଶକ୍ତ ଧକ୍କାରେ । ଭାଇ ପାଲା ଚାଲିଛି ନୂଆପଡ଼ାରେ, ଦିହକୁ ନେବେନି ଭୋଟ୍ ପାଇଁ ନେତାଏ ଏବେ ପୂରା ନିଶାରେ…
ଭୋଟ୍ ପାଖେ ଭିଡ଼ ନା ଭୋଟର ପାଖେ ଭିଡ଼… କିଏ କଲାଣି ଅଳିଆ ସଫା, କିଏ ପୁଣି କାଟିଲାଣି ଧାନ । ଭାଇ ଏଠି ନେତାଙ୍କ ପାଇଁ ସବୁ ସମ୍ଭବ ଯଦି ଆଗକୁ ଥିବ ନିରିବାଚନ…
ହଁ ଆଜ୍ଞା ! ଯେଉଁଠି ପୂର୍ବରୁ ପଡେନି ନେତା ପାଦ, ଭୋଟ ଖଣ୍ଡେ ପାଇଁ ସେଠି ଲାଗେ ମାଳମାଳ ନେତାଙ୍କ ଗାଡ଼ି । କିଏ ପୁଣି ଭୋଟ ଦେବାକୁ ନେହୁରା ହେଇ ଭୋଟରଙ୍କ ପାଦତଳେ ଯାଏ ପଡି ତ ପୁଣି କିଏ ଚୌକି ଉପରେ ଭୋଟରଙ୍କୁ ବସେଇ ସେବା ନାଁରେ ଗୋଡ ଦେଉଥାଏ ମୋଡ଼ି…
ସବୁ ଭାଇ ପାଲା ଏଇ ଭୋଟ ପାଇଁ- ଭୋଅଟ ସରିଲେ କାହାରି ଦେଖ ଦରଶନ ମିଳେ ନାହିଁ । ସ୍ବାର୍ଥ ସରିଗରେ କିଏ ବା କାହାର, ତାପରେ ନେତାଙ୍କ ପାଖକୁ ଧାଇଁଧାଇଁ ଜନତାଙ୍କ ଘୁରିଯିବ ଭାଇ ଜୋତା…ଏକଥା ମନେ ରଖିଥା…
ଅଧିକ ପଢନ୍ତୁ-
ଯେବେ ପ୍ରତିଶ୍ରୁତି ମିଛ ଥାଏ
ଯେବେ କଥାରୁ ସ୍ବାର୍ଥପରତାର ଗନ୍ଧ ବାହାରେ
ସେବେ ଏମିତି ତାଳମେଳ ନଥିବା ଚିତ୍ର ହିଁ ଦୁନିଆ ଦେଖେ
ଜନତା ଚାହାନ୍ତି କଣ…?
ନେତା ପ୍ରତିଶ୍ରୁତି ଦେଉଛନ୍ତି କଣ ? ?
ନୂଆପଡ଼ା ନାଟକରେ ରାଜନେତା ହିଁ ଅଭିନେତା
ସେମାନେ ଜାଣନ୍ତି ନାଟକ ସରିଲେ
ମୁହଁରୁ ରଙ୍ଗ ପାଉଡର ପୋଛି ଫୁର୍… କିନା ଉଡିଯିବାକୁ ପଡ଼ିବ
ତେଣୁ ଲୋକେ ଯାହା ମାଗନ୍ତୁ ଆମେ ଯାହା ତାହା କହି ଖସିଗଲେ ଗଲା
ତେଣୁ ତ ଏଠି ପ୍ରସଙ୍ଗ ଗୋଟେ- ପ୍ରତିଶ୍ରୁତି ଭିନ୍ନ
ଜନତା କହୁଛନ୍ତି ଦୂର କର ଦାଦନ, ଜମିକୁ କର ଜଳସେଚନ
ନେତାଏ କିନ୍ତୁ କିଛି ନଶୁଣି ମିଛି ମିଛିକା କରନ୍ତି ପବନ
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ-
Cartoon Corner: ଆସିଛି ବୋଲି ନିର୍ବାଚନ… ଏବେ ଜନତା ହିଁ ଜନାର୍ଦ୍ଦନ, ତାପରେ ତୁ କିଏନା ମୁଁ କିଏ…?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/06/nuapada-politics-2025-11-06-22-58-25.jpg)