air pollution Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀରେ ବୁଲୁଛି ପ୍ରଦୂଷଣର ବାବନା ଭୂତ । ଜୀବନ ବଞ୍ଚାଇବାକୁ ଧାଇଁଛି ମଣିଷ, ଟେକିଟୁକି ହାତ । ଅଣନିଶ୍ବାସୀ ହେଲା ଦିଲ୍ଲୀ ପ୍ରଦୂଷଣ ପ୍ରଳୟରେ ଗଲାଣି ଦୋହଲି । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ପୂରା ସହର, ନିଶ୍ବାସ ହେବାକୁ ହେଉଛି କଷ୍ଟ, ରାଜଧାନୀରେ ହାହାକାର…
ଭାଇ କଲା କର୍ମର ଫଳ ଭୋଗୁଛି ମଣିଷ । ଯେମିତି କରିଥିଲା ପରିବେଶ ଓ ପ୍ରକୃତିର ହତ୍ୟା, ତାର କର୍ମଫଳ ଭୋଗୁଛି ମଣିଷ । ପରିବେଶ ପ୍ରଦୂଷଣ କରି ଲୋକେ କରୁଥିଲେ ମସ୍ତି, ଏବେ ପାଉଛନ୍ତି ତାର ଶାସ୍ତି ।
ଖାଲି ଏବେ ନୁହେଁ ଦୀପାବଳିରେ ବି ବିଗିଡ଼ିଥିଲା ଦିଲ୍ଲୀ ବାୟୁମଣ୍ଡଳ । ଭାଇନା ଇଏ ରାଜଧାନୀ ଦିଲ୍ଲୀ
ଏଠି ସବୁକିଛି ଯାଏ ଦୋହଲି…
ଯେଉଁଠି ସରକାର ଯାଉଛି ହଲି
ସେଠି ବାଁ ହାତରେ ଖେଳ ବାଣ ଓ ଦିୱାଲି
ଏମିତି ଫୁଟିଥିଲା ବାଣ
ଅମାନିଆ କରିଥିଲେ ଘୋ ଘା
ଚଉଦିଗ ହେଇଥିଲା ଢୋ ଢା…
ସବୁଜ ବାଣ ସେବେଠୁ ନିଖୋଜ
କଟକଣା ହେଇଥିଲା ବାଟବଣା
ପ୍ରଦୂଷଣର ବାବନା ଭୂତଟା
ପରିବେଶର ହଜାଇଦେଲା ଠିକଣା
ଭାଇ କାହାକୁ କହିବ କୁହ
ସବୁତ ତ ଏଠି ଢୋ ଢା କରି
କଳା କରିଛନ୍ତି ନିଜର ମୁହଁ
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ- Cartoon Corner: ପରୀକ୍ଷାର୍ଥୀଙ୍କ ଭାଗ୍ୟରେ ଉଡ଼ୁଛି ଚିଲ… ଏସଆଇ ପରେ ଆର୍ଆଇ ପରୀକ୍ଷାରେ ବି ବେହାଲ
Cartoon Corner: କାହାକୁ କହିବା ଭାଇ, ଶୁଣିବ କିଏ…ସମସ୍ୟାର ସମାଧାନ ହେବ, ଦିହକୁ ନେବ ଯିଏ…
Follow Us