ଭୁବନେଶ୍ବର: ବିଜୟର ଲିଙ୍ଗଗତ ଭେଦଭାବ ନଥାଏ । ବିଜୟ ଯେ କେବଳ ପୁରୁଷଙ୍କର ତା ନୁହଁ ବରଂ ମହିଳାଙ୍କୁ ବି ବଡ ସଫଳତା ମିଳେ ଆଉ ସେମାନେ ବିଜୟର ଶୀର୍ଷରେ ପହଞ୍ଚିପାରନ୍ତି । କାରଣ ଆମ ଝିଅ, ଆମ ଭାରତୀୟ ଝିଅ କାହାଠୁ ବି କମ୍ ନୁହଁନ୍ତି । ସେମାନେ ହାରନ୍ତି, ଭାଙ୍ଗିପଡିନ୍ତି, ନିଜକୁ ସମ୍ଭାଳି ନେଇ ପୁଣି ଲଢେଇ କରନ୍ତି । ଲୁହ ସହ ଲଢି ଲଢି, ଦିପାଦ ପଛକୁ ଯାଇ ସିଂହୀ ପରି ବିରାଟ ଲମ୍ଫ ପ୍ରଦାନ କରି ଶେଷରେ ସେମାନେ ଜିତିପାରନ୍ତି । ଯାହାର ବିରାଟ ଝଲକ ଗତକାଲି ଦେଖିବାକୁ ମିଳିଛି ମୁମ୍ବାଇ ମାଟିରେ । 

Advertisment
World Cup trophy
World Cup trophy Photograph: (sambad.in)

ବିଶ୍ବବିଜୟୀ ହୋଇ ଭାରତର ନାମ ରଖିଛନ୍ତି ଆମ ସୁନାଝିଅ । ତେଣୁ ଝିଅଙ୍କୁ ବୋଝ ଭାବୁଥିବା ଲୋକ, କନ୍ୟାଭୃଣ ହତ୍ୟା କରୁଥିବା ମଣିଷ, ଆଉ ଝିଅକୁ ଗର୍ଭରୁ ନଷ୍ଟ କରୁଥିବା ବ୍ୟକ୍ତି ଥରେ ଦେଖନ୍ତୁ କି ଆମ ଝିଅ ବି ଦେଶ ପାଇଁ ଗର୍ବ ହେଇପାରନ୍ତି । ତେଣୁ ଝିଅଙ୍କୁ ବୋଝ ଭାବିବା ଭୁଲନ୍ତୁ ରୁଗ୍ଣ ମାନସିକତାଧାରୀ ବ୍ୟକ୍ତି । ଭାରତର ନାରୀଶକ୍ତିକୁ କୋଟି କୋଟି ପ୍ରଣାମ ।

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ-

Cartoon Corner: ଅଳିଆ ପାଇଁ ଗାଡ଼ି କିଣା ଯାଇଥିଲା, ଗାଡ଼ି ସବୁ ଅଳିଆ ପାଲଟିଗଲା

Cartoon Corner: ଯେବେ ପ୍ରତିଶ୍ରୁତି ମିଛ ଥାଏ, ସେବେ ନେତାଙ୍କ କଥାରେ ନଥା ନଥାଏ... ଏଠି ପ୍ରସଙ୍ଗ ଗୋଟେ- ପ୍ରତିଶ୍ରୁତି ଭିନ୍ନ, ନେତାଏ କରନ୍ତି ଖାଲି ପବନ